ଶେଷରେ ମୃତକଙ୍କ ଆତ୍ମାକୁ ହସ୍ପିଟାଲରୁ ନେଇ ଘରକୁ ଫେରିଲେ ପରିବାର ଲୋକେ

Published By : Prameya-News7 Bureau | July 01, 2019 IST

କୋଟା:  ରାଜସ୍ଥାନ କୋଟାର ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବୁନ୍ଦି ଜିଲ୍ଲା ହିଣ୍ଡୋଲିର ଏକ ଗାଁ ହେଉଛି ଚେତା । ପ୍ରାୟ ୨ ବର୍ଷ ପୂର୍ବେ ଗାଁର ଏକ ଅସୁସ୍ଥ ବାଳକକୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ଚିକିତ୍ସିତ ହେଉଥିବା ବେଳେ ପିଲାଟିର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ହସ୍ପିଟାଲରୁ ଶବ ନେଇ ଚାଲିଯାଇଥିଲେ। ହେଲେ ତାର ଆତ୍ମକୁ ନେଇ ନଥିଲେ। ଏଣୁ ୨ ବର୍ଷ ପରେ ପରିବାର ଲୋକେ ହସ୍ପିଟାଲକୁ ଆସି ରିତି ରିବାଜ ଅନୁସାରେ ପୁଣି ଆତ୍ମାକୁ ଘରକୁ ନେଇ ଫେରିଛନ୍ତି।

{"id":129554}

ଏହି ଘଟଣା ଘଟିଛି ଏମବିଏସ୍ ହସ୍ପିଟାଲରେ । ପରିବାର ରୀତିନିତିରେ ହସ୍ପିଟାଲର ପୁରୁଣା ଆଉଟ୍ ଡୋର ନିକଟରେ ଆତ୍ମାକୁ ଆବାହନ କରିଥିଲେ। ଏଥିପାଇଁ ମହିଳାମାନେ ହସ୍ପିଟାଲ ବାହାରେ କାନ୍ଦଣା ଗାଉଥିବା ବେଳେ ପୂଜକ ହସ୍ପିଟାଲରେ ପୂଜା ପାଠ କରିଥିଲେ । ପ୍ରାୟ ଅଧଘଣ୍ଟା ଧରି ଏପରି ପୂଜା ପାଠ ପରେ ପରିବାର ଲୋକେ ଏକ ଦ୍ୱୀପରେ ଆତ୍ମକୁ ନେଇ ଘରକୁ ଫେରିଛନ୍ତି। ହସ୍ପିଟାଲରେ ପିଲାଟିର ମୃତ୍ୟୁ ପରେ ଘରେ ପ୍ରାୟ ଅନର୍ଥ ହେଉଥିଲା। ଏଣୁ ଏ ନେଇ ପରିବାର ଲୋକେ ବିଭିନ୍ନ ପରାମର୍ଶ କରିବା ପରେ ହସ୍ପିଟାଲରୁ ପିଲାର ଆତ୍ମା ଆସିନଥିବା ଜଣାପଡିଥିଲା।

{"id":129555}

ପିଲାର ଆତ୍ମାକୁ ହସ୍ପିଟାଲରୁ ଆଣିବା ପାଇଁ ଗାଁର ଏକ ଡଜନରୁ ଅଧିକ ପୁରୁଷ ଓ ମହିଳା ହସ୍ପିଟାଲକୁ ଯାଇ ପିଲାର ଆତ୍ମକୁ ନେବାକୁ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। ତେବେ ସେମାନେ ତ ମୃତକଙ୍କ ଶବ ଦେଇ ସାରିଛନ୍ତି ଆତ୍ମାକୁ କୁଆଡୁ ଆଣି ଦେବେ ବୋଲି କହିଥିଲେ। ତେବେ ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସାମାନ୍ୟ କିଛି ରିତିରିବାଜ କରିବାକୁ ଅନୁମତି ଦେବା ନିମନ୍ତେ ଅନୁରୋଧ କରିବାରୁ କର୍ତ୍ତୃପକ୍ଷ ଏଥିପାଇଁ ପୋଲିସ ଉପସ୍ଥିତିରେ ଅନୁମତି ଦେଇଥିଲେ। ପୋଲିସ, ଡାକ୍ତର, ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟଙ୍କ ଉପସ୍ଥିତିରେ ଚାଲିଥିଲା ଆତ୍ମାର ଆମନ୍ତ୍ରଣ। ପରେ ଏକ ଦ୍ୱୀପ ପ୍ରଜ୍ୱଳିତ ହେବାରୁ ତାକୁ ନେଇ ସେମାନେ ଘରକୁ ଫେରିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.