ପାରିବାରିକ କଳହର କରୁଣ ପରିଣତି, ସୋରରେ ସ୍ତ୍ରୀର ଗଳା କାଟି ହାତ୍ୟା ପରେ ନିଜର ବେକ କାଟିଲା ସ୍ବାମୀ

Published By : Prameya-News7 Bureau | April 28, 2019 IST

ସୋରା, ବାରିପଦା, ପାଟଣା, ରାଉରକେଲା ୨୮।୪ :   ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀର ଗଳା କାଟି ହାତ୍ୟା କରିବା ପରେ ସ୍ବାମୀ ନିଜର ବେକ କାଟି ଆତହତ୍ୟା ଉଦ୍ୟମ କରିଛି । ବାଲେଶ୍ବର ଜିଲ୍ଲା ସୋରରେ ଘଟିଥିବା ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ସେହିଭଳି ବାରିପଦାରେ ମଧ୍ୟ ପାରିବାରିକ ଝଗଡାରୁ ସ୍ବାମୀକୁ ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ବେଳେ  ଖୁଡୀକୁ ପୁତୁରା ହତ୍ୟା କରିଛି ।  ରାଉରକେଲାରେ ଭାଇକୁ ହତ୍ୟା କରିଛି ଭାଇ ।

{"id":108536}

 ସୋର ମ୍ୟୁନସିପାଲଟି ପାରମହଲାରେ ରହୁଥିବା ବେବି ଖାତୁନର ଗଳା କାଟି ହତ୍ୟା କରିଛି ସ୍ବାମୀ ସେକ ମଣ୍ଟୁ  । ଏହା ପରେ ଘର ଠାରୁ କିଛି ଦୂରରେ ଏକ ଧର୍ମପୀଠରେ ନିଜ ବେକକୁ ଛୁରୀରେ କାଟି ଆତ୍ମହତ୍ୟା ଉଦ୍ୟମ ଭଳି ଜଘନ୍ୟ କାଣ୍ଡ ଭିଆଇଛି । ଅଭିଯୁକ୍ତ ମଣ୍ଟୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲିସ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି।  ୮ ମାସ ତଳେ ଉଭୟଙ୍କର ବିବାହ ହୋଇଥିଲା।  ବେବି ଖାତୁନ ୬ମାସର ଗର୍ବବତୀ ଥିଲେ ।ଯୌତୁକ ପାଇଁ ସବୁବେଳେ ପରିବାରରେ ଅଶାନ୍ତି ଲାଗିରହିଥିବା ବେଳେ ମଣ୍ଟୁ ଏହି କାଣ୍ଡ କରିଛି । 

{"id":108537}

ସେହିପରି ବାରିପଦାରେ ପାରିବାରିକ କଳହରୁ ସ୍ବାମୀକୁ ତଣ୍ଟି ଚିପି ହତ୍ୟା କରିଛି ସ୍ତ୍ରୀ । ମୃତ ଆଦିତ୍ୟ ନାରାୟଣ ପଣ୍ଡା ଚନ୍ଦନା ପଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ ।କିନ୍ତୁ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ଝାଟି ଯୋଗୁଁ ସେମାନେ ଅଲଗା ରହୁଥିଲେ । ହେଲେ ଗଣ୍ଡଗୋଳ ଅସହ୍ୟ ହେବାରୁ ଶେଷରେ ଚନ୍ଦନା ହତ୍ୟା କରିଥିବା  ଅଭିଯୋଗ ହୋଇଛି । ସେପଟେ କେନ୍ଦୁଝର ପାଟଣା ବନ୍ଧ ସାହିରେ  ପୁତୁରାର ଟାଙ୍ଗୀଆ ଚୋଟରେ ଖୁଡୀର ପ୍ରାଣବାୟୁ ଉଡିଯାଇଛି । ଘରୋଇ କଳିକୁ ନେଇ ଗତକାଲି ରାତିରେ ପୁତୁରା ସାଧୁ ଦାଶ ଏବଂ ଖୁଡି ରୁବେଇଙ୍କ ମଧ୍ୟରେ ବଚସା ହେଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ରୁବେଇ ମୁଣ୍ଡକୁ ହାଣିଦେଇଥିଲା ସାଧୁ । ଅଭିଯୁକ୍ତ ସାଧୁକୁ ଗିରଫ କରିଛି ପୋଲିସ ।

{"id":108538}

ରାଉରକେଲା ବନ୍ଧମୁଣ୍ଡାରେ  ମାଂସ ପାଇଁ ସାନ ଭାଇକୁ ହତ୍ୟା କରିଛି ଭାଇ ।ଆଜି ସକାଳୁ ମାଂସ ବଣ୍ଟାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା ।ଏହି ସମୟରେ ଉତ୍ତ୍ୟକ୍ତ ବଡଭାଇ କକା ଏକ୍କା ସାନଭାଇକୁ ସମ୍ମା ଏକ୍କାକୁ କଟୁରୀରେ  ହାଣି ମାରିଦେଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.