Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା ହଜାଇଦେଲା ମାନବିକତା : ଶବ ଛୁଇଁଲେନି ପରିଜନ, ଦାହସଂସ୍କାର କଲେ ସ୍ବେଚ୍ଛାସେବୀ

4/07/2021 at 3:19 PM

ଆଠଗଡ ୪।୭: କରୋନା ହଜାଇଦେଲା ମାନବିକତା । ମୃତ୍ୟୁ ପରେ ବି ହାତ ଦେଲେନି ପରିବାର କି ପଡୋଶୀ । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଛୁଇଁଲେନି ଶବକୁ । ଶନିବାରଠାରୁ ଗାଁରେ ପଡିରହିଥିଲା ମୃତଦେହ । ଶେଷରେ ବହୁ ଟଣାଓଟରା ପରେ ରବିବାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଚେଷ୍ଟାରେ କିଛି ସ୍ବେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ଶବଦାହ କରିଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି ବଡମ୍ବା ବ୍ଲକ୍ ଅଭିମାନପୁର ଅନ୍ତର୍ଗତ ବୀରବରପୁର ଗାଁରେ । ମୃତକ ଜଣଙ୍କ ତିଗିରିଆ ଗଦାଧରପୁର ଗାଁର ବିନୋଦ ସାହୁ । ତାଙ୍କ ବୟସ ୪୦ ବର୍ଷ । ସେ ନିଜ ଶ୍ବଶୁର ଘରେ ରହୁଥିବା ବେଳେ ଗତ କିଛି ଦିନ ହେବ ଜ୍ବରରେ ପୀଡ଼ିତ ହୋଇ ଶ୍ବଶୂର ଘରେ ଚିକିତ୍ସିତ ହେଉଥିଲେ । ହେଲେ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା ।

   Related Posts