ମୃତ ଶରୀରରୁ ଆଖି ତାଡ଼ିନେବା ଘଟଣା: ଏସପିଙ୍କୁ ଘଟଣାର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | November 17, 2019 IST

ଭଦ୍ରକ ୧୭।୧୧:କଟକ ବଡ଼ ମେଡିକାଲରେ ମୃତ ଶରୀରରୁ ଆଖି ତାଡ଼ିନେବା ଘଟଣାରେ ଭଦ୍ରକ ଏସପିଙ୍କୁ ଘଟଣାର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଲେ ଆଇଜି l ଏହାପରେ ଭଦ୍ରକ ଏସପି ସଦର ଆଇଆଇସିଙ୍କୁ ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଛନ୍ତି l ଅଜାଣତରେ ଏସସିବିରେ ମୃତଦେହରୁ ଆଖି କାଢି ନିଆଯାଇଥିଲା । ଏହାକୁ ନେଇ ଏଲ.ବି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ନାମରେ ମାମଲା ରୁଜୁ ହୋଇଛି । କେସ ନମ୍ବର 345/19 ରେ ମାମଲା ରୁଜୁ କରିଛି ଭଦ୍ରକ ଟାଉନ ପୋଲିସ । ଭଦ୍ରକ ଟାଉନ ଥାନା ଅଞ୍ଚଳର ବୀର ଗାଗାରାଇ ଆଖି ତାଡି ନିଆଯାଇଥିବା ନେଇ ପରିବାର ଲୋକେ ଭଦ୍ରକ ଏସପିଙ୍କୁ ଅଭିଯୋଗ କରିଥିଲେ । 

{"id":185499,"sizeSlug":"large"}

ପାରିବାରିକ କଳହ କାରଣରୁ ବୀର ଗାଗାରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ କଟକ ଏସସିବିକୁ ସ୍ତାନାନ୍ତର କରାଯାଇଥିଲା । ଗଲା ୧୧ ତାରିଖରେ ଏସସିବିରେ ବୀର ଗାଗାରାଇଙ୍କ ମୃତ୍ୟୁ ହୋଇଥିଲା । ସେଠାରେ ପରିବାର ଲୋକଙ୍କୁ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ କୁହାଯାଇଥିଲା , ହେଲେ ବୀରଙ୍କ ପତ୍ନୀ  ଓ ଭାଇ ଅଶିକ୍ଷିତ ହୋଇଥିବାରୁ ଟିପ ଚିହ୍ନ ଦେଇଥିଲେ । ଶବବ୍ୟବଛେଦ ପରେ ପରିବାର ଲୋକ ବୀରଙ୍କ ମୃତଦେହ ଧରି ଗାଁକୁ ଫେରିଥିଲେ । ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମୃତକଙ୍କ ଆଖି ନଥିବା ଦେଖିବାକୁ ପାଇଥିଲେ । ଗାଁ ଲୋକଙ୍କୁ ଏସସିବିରୁ ମିଳିଥିବା କାଗଜପତ୍ର ଦେଖାଇବା ପରେ ଜଣାପଡ଼ିଥିଲା ମୃତକଙ୍କ ପରିବାର ନିଜ ଇଚ୍ଛାରେ ଆଖି ଦାନ କରିଛନ୍ତି । ହେଲେ ପରିବାର ଲୋକଙ୍କ ଅଭିଯୋଗ ସେମାନେ ଏ ବିଷୟରେ କିଛି ବି ଜାଣିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.