ମେଡିକାଲରେ ମିଳିଲାନି ମହାପ୍ରୟାଣ ଗାଡି, କାନ୍ଧରେ ଶବ ବୋହିନେଲେ ପରିବାରଲୋକେ

Published By : Prameya-News7 Bureau | January 02, 2020 IST

କଳାହାଣ୍ଡି ୨।୧:  ମେଡିକାଲରେ ମିଳିଲାନି ମହାପ୍ରୟାଣ ଗାଡି । କାନ୍ଧରେ ଶବ ବୋହି ନେଲେ ମୃତକଙ୍କ ପରିବାରଲୋକ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ । ମୃତ୍ୟୁର ୪ଘଣ୍ଟା ପରେ ବି ମିଳିଲାନି ମହାପ୍ରୟାଣ ଗାଡି । ଫଳରେ ଶବ ବୋହି ନେଲେ ପରିବାରଲୋକ । ରାସ୍ତାରେ ହସ୍ପିଟାଲ କର୍ତ୍ତୃପକ୍ଷ ମହାପ୍ରୟାଣ ଗାଡି ବ୍ୟବସ୍ଥା କରାଇଦେଇଥିଲେ ବି ମୃତକ ପରିବାର ମନା କରିଦେଇଥିଲେ ।

{"id":205668,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ୬ଟା ସମୟ ରେ ଭବାନୀପାଟଣା ମୁଖ୍ୟଚିକିତ୍ସାଳୟରେ ଲାଞ୍ଜିଗଡ ଥାନା ବରାପାଲି ଗାଁର ମହିଳା କୁନି ନାଏକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେହି ସମୟରୁ ମୃତକଙ୍କ ପରିବାରଲୋକ ମହାପ୍ରୟାଣ ଗାଡି ଯୋଗାଇ ଦେବାପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ମାତ୍ର ରାତି ୧୦ଟା ପର୍ଯ୍ୟନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ମହାପ୍ରୟାଣ ଗାଡି ଯୋଗାଇ ଦେଇ ନଥିଲେ । ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ହସ୍ପିଟାଲ ସୁରକ୍ଷାରେ ଥିବା ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିବା ମୃତକ ପରିବାର ଅଭିଯୋଗ କରିଛନ୍ତି ।

{"id":205669,"sizeSlug":"large"}

ରାତି ୧୦ଟାରେ ପରିବାର ଶବକୁ କାନ୍ଧରେ ବୋହି ନେଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ । ହେଲେ ମୃତକଙ୍କ ପରିବାରଲୋକ ଆମ୍ବୁଲାନ୍ସରେ ଶବ ନେବାକୁ ମନା କରିଦେଇଥିଲେ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭବାନୀପାଟଣା ଉପ-ଜିଲ୍ଲାପାଳ ଓ ଭବାନୀପାଟଣା ଥାନା ଅଧିକାରୀ ଭବାନୀପାଟଣାଠାରୁ ୭କି.ମି. ଦୂର ଭବାନୀପୁର ଗାଁ ନିକଟରେ ଶବ ବୋହି ନେଉଥିବା ମୃତକଙ୍କ ପରିବାର ଲୋକକୁ ବୁଝାସୁଝା କରି ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ଉପ-ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.