Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ମଦ୍ୟପ ସ୍ବାମୀର ଉନ୍ନତ୍ତ କାଣ୍ଡ : ସ୍ତ୍ରୀକୁ ଗଛରେ ବାନ୍ଧି ପିଟିଲା, ଧରିନେଲା ପୋଲିସ

19/03/2020 at 4:08 PM

ସାଲେପୁର ୧୯।୦୩ : ସ୍ୱାମୀର ଉନ୍ମତ୍ତ କାଣ୍ଡ। ମଦ ପିଇ ସ୍ତ୍ରୀ କୁ ଗଛରେ ବାନ୍ଧି ବାଡେଇ  ଲହୁଲୁହାଣ କରିଛି । ପାରିବାରିକ କଳହରୁ ଏଭଳି ଅଭାବନୀୟ ଘଟଣା ଘଟିଛି । କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ ଘଟିଛି ଏଭଳ ଘଟଣା ।

ସ୍ୱାମୀ ଧିରେନ୍ଦ୍ର ମଲିକ କୌଣସି କାରଣ ବଶତଃ ମଦ ପିଇ ସ୍ତ୍ରୀ କୁନିଲତା ମଲିକକୁ ଗଛରେ ବାନ୍ଧି ଅମାନୁଷିକ ଭାବେ ବାଡେଇ ଲହୁଲୁହାଣ କରିଥିଲେ। ସ୍ଥାନୀୟ ପଡୋଶୀ ଦର୍ଶକ ହୋଇ ଛିଡା ହୋଇଥିଲେ । ମଦୁଆ  ସ୍ବାମୀ କବଳରୁ ଉଦ୍ଧାର କରିପାରିନଥିଲେ ସ୍ତ୍ରୀକୁ  । ଶେଷରେ ସାଲେପୁର ପୋଲିସକୁ ଖବର ଦିଆଯାଇଥିଲା ।  ଗାଁ ଲୋକେ ଆଉ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୁନିଲତାକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଛନ୍ତି । ଆଉ ମଦୁଆ ସ୍ବାମୀ ଧୀରେନ୍ଦ୍ରକୁ ପୋଲିସ ଗିରଫ କରିଛି । ଝିଅର ସାଇକେଲ ବିକ୍ରିକୁ ନେଇ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ହୋଇଥିଲା । ସାଲେପୁର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

   Related Posts