Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଲାଲକିଲ୍ଲାରେ ‘ନିଶାନ୍ ସାହିବ’ ଉଡାଇଥିବା ଯୁବ ଚାଷୀଙ୍କ ସମର୍ଥନରେ ବାହାରିଲେ ପରିବାର, ଜାଣନ୍ତୁ କହିଛନ୍ତି କ’ଣ?

27/01/2021 at 10:28 PM

ତରନତାରନ ୨୭।୧: ରାଜଧାନୀ ଦିଲ୍ଲୀରେ ୭୨ତମ ସାଧାରଣତନ୍ତ୍ର ଦିବସ ପରେଡ ପରେ ଲାଲ କିଲ୍ଲାରେ ଶିଖ୍‌ ଧାର୍ମିକ ପତାକା ‘ନିଶାନ ସାହିବ’ ଉଡାଇଥିବା ଯୁବକଙ୍କ ସମର୍ଥନରେ ତାଙ୍କ ପରିବାର ଆସିଛନ୍ତି। ମାମଲାରେ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ବୁଧବାର ଯୁବକଙ୍କ ଜେଜେ ମେହଲ ସିଂହ କହିଛନ୍ତି।

ମହେଲ କହିଛନ୍ତି ଯେ ସେ ଆଇନକୁ ବିରୋଧ କରିବାକୁ ଚାଷୀଙ୍କ ସହ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହୋଇଥିଲା। ହେଲେ ସେଠି ଜାନୁୟାରୀ ୨୬ରେ ଜାତୀୟ ପତାକା ଉଡାଇବାକୁ ଯାଇ ନଥିଲା,ଯେଉଁଥି ଲାଗି ସାରା ଦେଶରେ ଏବେ ଆକ୍ରୋଶ ସୃଷ୍ଟି ହୋଇଛି। ଏଥିଲାଗି ତାକୁ କ୍ଷମା କରିଦିଆଯାଉ ବୋଲି ମେହଲ କହିଛନ୍ତି।  

ଜାଣନ୍ତୁ ଲାଲକିଲ୍ଲାରେ ‘ନିଶାନ ସାହିବ’ ଉଡାଇଛି କିଏ
୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ ରାଜଧାନୀକୁ ଟ୍ରାକ୍ଟର ପଶେଇଥିବା ଚାଷୀଙ୍କସହ ଜଣେ ଯୁବ ଚାଷୀଥିଲେ। ପଞ୍ଜାବ ତରନତାରନ ଜିଲ୍ଲା ୱାନ ତାରାସିଂ ଗାଁର ଏହି ଯୁବକ ହେଉଛନ୍ତି ମେହଲ ସିଂହଙ୍କ ନାତି ଯୁଗରାଜ ସିଂହ। ସାରା ରାଜ୍ୟରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ଲାଗି ସୃଷ୍ଟି ହୋଇଥିବା ଅସନ୍ତୋଷରେ ସେ ମଧ୍ୟ ସାଥୀଙ୍କ ସହ ଦିଲ୍ଲୀ ଯାଇଥିଲା। ହେଲେ ଟ୍ରାକ୍ଟର ପରେଡରେ ସେ ଲାଲକିଲ୍ଲା ପର୍ଯ୍ୟନ୍ତ ପଳାଇଯାଇଥିଲା। ଯେଉଁଠାରେ ସାଙ୍ଗ ଚାଷୀ ଉସକାଇବାରୁ ସେ ଜାତୀୟ ପତାକା ବାହାର କରି ନିଶାନ ସାହିବ ସହ ଚାଷୀ ସଙ୍ଗଠନର ପତାକା ଲଗାଇ ଦେଇଥିଲା।

କାର୍ଯ୍ୟରେ ପରିବାର ଅସନ୍ତୁଷ୍ଟ
ଲାଲା କିଲ୍ଲାରେ ଚାଷୀ ନିଶାନ ସାହିବ ଉଡାଇଥିବା ବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଗଣତନ୍ତ୍ର ଦିବସ ଭଳି ଦିନରେ ଏଭଳି କାମକୁ ସାରା ରାଜ୍ୟରେ ଲୋକେ ଛିଛାକର କରିଥିଲେ। ଏହି କାମ ଯୁଗରାଜର ଜାଣିବା ପରେ ପରିବାର ମଧ୍ୟ ମର୍ମାହତ ବୋଲି ମେହଲ କହିଛନ୍ତି। ଏଥିରେ ଦେଶବାସୀଙ୍କ ସହ ଆମଦେଶର ମଧ୍ୟ ଅପମାନ ହୋଇଛି, ଏହା ଉତ୍ତେଜନା ବସତଃ ଏଣୁ ତାକୁ କ୍ଷମା କରାଯାଉ ବୋଲି ଜେଜେ ଅନୁନୟ ଅନୁରୋଧ କରିଛନ୍ତି।

କ୍ଷୁଦ୍ରଚାଷୀ ବଲଦେବଙ୍କ ପୁଅ ଯୁଗରାଜ
ଯୁଗରାଜ ୱାନତାରା ସିଂହ ଗାଁର ନାମମାତ୍ର ଚାଷୀ ବଲଦେବ ସିଂହଙ୍କ ପୁଅ। ଗାଁରେ ବଲଦେବଙ୍କର ମାତ୍ର ୩ ଏକର ଜମି ଅଛି। ଏଥିରୁ ହେଉଥିବା ଆୟରେ ପରିବାରଟି କଷ୍ଟମଷ୍ଟେ ଚଳିଯାଏ। ବଲଦେବଙ୍କ ଯୁଗରଜାଙ୍କ ବ୍ୟତୀତ ଆଉ ୩ଟି ସନ୍ତାନ ମଧ୍ୟ ଅଛନ୍ତି। ଯୁଗରାଜର କାମ ଯୋଗୁ ତାଙ୍କ ପିତା ଗାଁରେ ମୁହଁ ଦେଖାଇ ପାରୁନାହାନ୍ତି। ଏଣୁ ଯୁଗରାଜକୁ କ୍ଷମା କରିଦିଆଯାଉ ବୋଲି ମେହଲ ଅନୁରୋଧ କରିଛନ୍ତି।

   Related Posts