Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସରୁନି ଦାଦନ ଦୁଃଖ : ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଅସହାୟ ହୋଇପଡ଼ିଛି ପୂରା ପରିବାର

12/06/2019 at 5:29 PM

ବଲାଙ୍ଗିର ୧୨/୬ : ସରୁନି ଦାଦନ ଦୁଃଖ । ପୁଣି ବଲାଙ୍ଗିର କଣ୍ଟାବାଞ୍ଜି ଲଥାକେନ୍‌ ଗାଁରୁ ଆସିଛି ଦାଦନ ଦୁଃଖର କରୁଣ କାହାଣୀ । ପରିବାର ପେଟକୁ ଦାନା ମୁଠାଏ ଦେବା ଆଶାରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ ଗାଁର ଭେଣ୍ଡିଆ ଯୁବକ ଭଜନ  କଟା । ହେଲେ ୧୦ଦିନ ତଳେ ଗାଁକୁ ଫେରିଛି ଭଜନଙ୍କ ମୃତଦେହ । ଏଭଳି ଅବସ୍ଥାରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଅସହାୟ ହୋଇପଡ଼ିଛି ପୂରା ପରିବାର । ମାତ୍ର ୨ବସ୍ତା ଚାଉଳ ଦେଇ ଦାୟିତ୍ବ ସାରିଦେଇଛି ପ୍ରଶାସନ ।

ପୁଅ ଚିନ୍ତାରେ ଘଡ଼ି କି ଘଡ଼ି ଚେତା ହରାଇ ବସୁଛି ବୁଢ଼ି ମାଆ । ପାଣି ଛାଟି ଚେତା ଫେରାଇାକୁ ଚେଷ୍ଟା କରୁଛନ୍ତି ପାଖ ପଡ଼ୋଶୀ । ସେପଟେ କୁନି କୁନି ଛୁଆ ଦୁଇଟିଙ୍କ ନିରୀହ ଆଖି ବାପାର ଆସିବା ବାଟକୁ ଅନାଇ ବସିଛନ୍ତି । ହେଲେ ସେମାନେ ଜାଣିନାହାନ୍ତି ସେମାନଙ୍କ ପେଟ ଚାଖଣ୍ଡକ ପାଇଁ ଦୁଇ ମୁଠା ଦାନା ଯୋଗାଡ଼ ପାଇଁ ଦାଦନ ଖଟି ଯାଇଥିବା ବାପା ଭଜନ ଶେଷରେ ଶବ ହୋଇଫେରିଛନ୍ତି । ୧୦ଦିନ ହେଲା ବିଧବା ପତ୍ନୀ ଯଶୋଦାଙ୍କ ଆଖିରୁ ଲୁହର ଧାର ନିଗିଡ଼ି ନିଗିଡ଼ି ଶୁଖିଗଲାଣି । ସ୍ବାମୀଙ୍କ ମୃତ୍ୟୁ ପରେ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଯାଇଛି । ଚାରି ପ୍ରାଣୀ କୁଟୁମ୍ବଙ୍କ ପେଟ କେମିତି ପୋଷିବେ, କେମିତି ଛୋଟ ଛୋଟ ପିଲାଦୁଇଟିକୁ ମଣିଷ କରିବେ ସେଇ ଚିନ୍ତା ଏବେ ତାକୁ ନିର୍ବାକ୍‌ କରିଦେଇଛି । ଇଏ ହେଉଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଲଥାକେନ୍ ଗାଁର ଦାଦନ ଦୁଃଖର କରୁଣ କାହାଣୀ ।

ଲଥାକେନ୍ ଗାଁର ଦାଦନ ଦୁଃଖର ଏ କରୁଣ କାହାଣୀ ସ୍ଥାନୀୟ ପ୍ରଶାସନ କାନରେ ଯେ, ପଡ଼ିନି ସେକଥା ନୁହେଁ । ପ୍ରଶାସନର ବଡ଼ ବାବୁମାନେ ତଦନ୍ତ କରି ସବୁ ତଥ୍ୟ ନେଇଛନ୍ତି । ଆଉ ମୃତ ଦାଦନ ଶ୍ରମିକଙ୍କ ପରିବାରର ପେଟ ଭରିବାକୁ ୨ବସ୍ତା ଚାଉଳ ଦେଇ ଆସିଛନ୍ତି । ବାକି ସହାୟତା କେବେ ଆଉ କେମିତି ଦିଆଯିବ ତାକୁ ନେଇ ୧୦ଦିନ ହେଲାଣି କେବଳ ଚାଲିଛି ଫାଇଲ ଚାଷ । ସମ୍ବେଦନହୀନ ପ୍ରଶାସନ ମୃତକଙ୍କ ପରିବାରକୁ କାଗଜପତ୍ର ଯୋଗାଡ଼ କରିବାକୁ କହି ଆସିଛି । ହେଲେ ବିନା କାଗଜପତ୍ରରେ ପ୍ରଶାସନ ଯେ, କୌଣସି ସହାୟତା କରିପାରିବନି ସେକଥା କ’ଣ ମୃତ ଦାଦନ ଶ୍ରମିକର ଏହି ଅଶିକ୍ଷିତ ପରିବାର ଜାଣିଛି କି ? ସେମାନେ ତ କେବଳ ଚାତକ ଭଳି ସହାୟତାର ବାଟକୁ ଅନାଇ ବସିଛନ୍ତି ।

ଯଦି ଜିଲ୍ଲା ଶ୍ରମ ଅ୍ରଧିକାରୀ ବୁଝିଛନ୍ତି ତାଙ୍କ ଅଂଚଳର ଦାଦନ ଦୁଃଖ, ତାହେଲେ ସେ ଦୁଃଖର କେମିତି ଅନ୍ତ ଘଟିବ ସେଥିପାଇଁ ଚେଷ୍ଟା କରିବା ଦରକାର । ତୁରନ୍ତ ମୃତ ଦାଦନ ଶ୍ରମିକ ଭଜନ କଟାଙ୍କ ପରିବାରକୁ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତୁର୍ଭୁକ୍ତ କରି ସହାୟତା ଯୋଗାଇଦେବା ଦରକାର । ସେକଥା ନକରି କେବଳ ଅଫିସରେ ବସି ଫାଇଲ ଚାଷ କଲେ ଦାଦନ ଦୁଃଖ ସରିବନି ।

   Related Posts