ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା

Published By : Prameya-News7 Bureau | March 04, 2021 IST

ଭଦ୍ରକ ୪।୩: ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗାଁ ବର ଗଛରେ ବାନ୍ଧି ନିସ୍ତୁକ ମାଡ଼ ଅଭିଯୋଗ । ପରିବାର ଲୋକଙ୍କୁ ମାଡ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଏହାସହ ଗୁରୁତର ଓ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ତ୍ରିସଳପୁର ଗ୍ରାମରେ ଅଷ୍ଟପ୍ରହରୀ ହେବାକୁ ନେଇ ଗାଁରେ ଚାନ୍ଦା ଆଦାୟ ହେଉଥିଲା । ଏହି ସମୟରେ ଗାଁର କିଛି ଲୋକ ଜ୍ୟୋସ୍ନାରାଣୀ ସାହୁଙ୍କ ଘରକୁ ଚାନ୍ଦା ମାଗିବାକୁ ଆସିଥିଲେ । ଜ୍ୟୋସ୍ନାରାଣୀଙ୍କର ପରିବାର ଲୋକ ନିଜର ସକ୍ଷମ ଅନୁଯାୟୀ, ଚାନ୍ଦା ଦେଇଥିଲେ । କିନ୍ତୁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିମାନେ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ । ଯାହାକି ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେବା ପରେ ଗଣ୍ଡଗୋଳ ହୋଇଥିଲା । ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିମାନେ ଉକ୍ତ ପରିବାରର ଜଣେ ବୃଦ୍ଧାଙ୍କ ସହ ମହିଳା ଓ ଜଣେ ପୁରୁଷ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ, ଏନେଇ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ଦାଏର ହୋଇଛି । ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଥିବା ଜଣାପଡିଛି । ଅନ୍ୟପଟେ ଅଭିଯୋଗ ଅନୁଯାୟୀ ଅପରପକ୍ଷଙ୍କ ପ୍ରତିକ୍ରିୟା ହସ୍ତକ୍ଷେପ ହୋଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.