Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଆପତ୍ତିଜନକ ଅବସ୍ଥାରେ ଥିଲେ ପ୍ରେମିଯୁଗଳ : ପ୍ରେମିକଙ୍କୁ ନିସ୍ତୁକ ପିଟିଲେ ପରିବାର ଲୋକେ, ବଞ୍ଚାଇବାକୁ ଆସିଥିବା ପ୍ରେମିକାଙ୍କ ଚାଲିଗଲା ଜୀବନ

5/06/2021 at 3:16 PM

ଚତରା ୦୫/ ୦୬ : ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ଦେଶର ଅନେକ ସ୍ଥାନରେ ପ୍ରେମ କରିବା ଏକ ଅଘୋଷିତ ଅପରାଧ ହୋି ରହିଛି । ଆଜି ମଧ୍ୟ ପ୍ରେମକୁ ପାଇବାକୁ ଯାଇ କାହାକୁ ନା କାହାକୁ ଜୀବନ ହାରିବାକୁ ପଡୁଛି । ଝାଡଖଣ୍ଡର ଚତରା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦେଖା କରିବାକୁ ଯାଇଥିବା ଜଣେ ପ୍ରେମିକକୁ ପ୍ରେମିକାଙ୍କ ଘର ନିସ୍ତୁକ ପିଟିଥିବା ଘଟଣା ସାମ୍ନାକୁ ଆସିଛି । ଯୁବକଙ୍କୁ ରକ୍ଷା କରିବାକୁ ଯାଇ ଯୁବତୀ ମଧ୍ୟ ନିଜ ପରିବାର ଲୋକଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି । ପରିବାର ଲୋକଙ୍କ ଆକ୍ରମଣରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦେଖାକରିବାକୁ ଯାଇଥିବା ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ପ୍ରେମିକ ଅଙ୍କିତ କୁମାର ସିଂହ ଦେଖା କରିବା ପାଇଁ ଯୁବତୀଙ୍କ ଗାଁରେ ପହଞ୍ଚିଥିଲେ । ଗାଁର ଏକ ପରିତ୍ୟକ୍ତ ସ୍ଥାନରେ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଯୁବତୀଙ୍କ ସମ୍ପର୍କୀୟ ଦେଖିଦେଇଥିଲେ । ସେଠାରେ ଯୁବକଙ୍କୁ ମାଡ ମାରିବା ଆରମ୍ଭ କରିଦେଇଥିଲେ । ଯୁବକଙ୍କୁ ରକ୍ଷା କରିବାକୁ ଯାଇ ଯୁବତୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।
ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଲାଓ୍ବାଲୋଙ୍ଗ ଥାନା ଅଧିକାରୀ ବିବେକ କୁମାର ଯାଦବ । ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ପଡିଥିଲା । ତେବେ ଉଭୟ ପ୍ରେମିକ ଏବଂ ପ୍ରେମିକାଙଖ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲା ଏବଂ ଅଙ୍କିତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଯୁବତୀଙ୍କ ୨ ଜଣ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଘଟଣାକୁ ନେଇ ଲାଓ୍ବାଲୋଙ୍ଗ ଥାନା ଅଧିକାରୀ ବିବେକ କୁମାର ଯାଦବ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି । ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁରଜ ଗଂସୁ ଓ ଜୀବନ ଗଂସୁକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଘଟଣାର ଛାନଭିନ କରୁଛି ପୋଲିସ ।

   Related Posts