ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | July 24, 2018 IST

ଖୋର୍ଦ୍ଧା ଗଡ଼ବଡ଼ପୁଟ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ହୋଇଛି | ଆକ୍ରମଣରେ ଉଲ୍ଲାସ ପାଟଶାଣୀଙ୍କ ପରିବାରର ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ଦୁର୍ବୁର୍ତ୍ତମାନେ ବୋମାମାଡ କରିବା ସହ ଉଲ୍ଲାସଙ୍କ ପରିବାର ଲୋକଙ୍କୁ ଖଣ୍ଡାରେ ହାଣି ଥିବା ଜଣାପଡିଛି | ଗୁରୁତରମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ବୋମାମାଡରେ ଉଲ୍ଲାସଙ୍କ ପରିବାରର ବ୍ୟାପକ କ୍ଷତି ହୋପିଥିବା ଜଣାପଡିଛି | ତେବେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା କହିଛନ୍ତି ଉଲ୍ଲାସଙ୍କ ପରିବାର ଲୋକେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.