ଖଣି ମାଫିଆଙ୍କ ଆକ୍ରମଣ ଅଭିଯୋଗ, ନ୍ୟାୟ ପାଇଁ ପରିବାରଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

Published By : Prameya-News7 Bureau | January 04, 2021 IST

ଖୋର୍ଦ୍ଧା ୪।୧: ଖୋର୍ଦ୍ଧା ଟାଙ୍ଗୀ ଥାନା ଅନ୍ତର୍ଗତ ଉଜ୍ଜଳା ଗୋପୀନାଥପୁରରେ ବେଆଇନ ପଥର ଖନନ ଓ ରାତିରେ ଖଣି ଖନନକୁ ବିରୋଧ କରିବାରୁ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଗୋଟିଏ ପରିବାରର ତିନି ଜଣ । ଚଳିତ ମାସ ୧ ତାରିଖରେ ବାସୁଦେବ ପରିଡାଙ୍କ ପରିବାର ରାତିରେ ଚାଲିଥିବା ମାଙ୍କଡା ପଥର ଯିବାକୁ ବିରୋଧ କରିବା ସହିତ ରାତିରେ ଖଣି କାଟିବାକୁ ବାରଣ କରିଥିଲେ । ପରେ ସଂଘବଦ୍ଧ ଭାବରେ ଖଣି ମାଫିଆ ଏମାନଙ୍କ ଉପରେ ଅ।କ୍ରମଣ କରିଥିଲେ । ସେଥିରେ ତିନି ଜଣ ଗୁରୁତର ହୋଇଛନ୍ତି ।
ସେହିପରି ବାରମ୍ୱାର ଖଣି ଖନନ ବନ୍ଦ କରିବାକୁ ତହସିଲଠାରୁ ଥାନା ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଅ।ଜି ଅ।କ୍ରମଣର ଶିକାର ହୋଇଥିବା ବାସୁଦେବଙ୍କ ପରିବାର ଖୋର୍ଦ୍ଧା ଏସ୍‌ପିଙ୍କ ନିକଟରେ ଫେରାଦ ହୋଇ ଘଟଣାରେ ସମ୍ପୃକ୍ତି ଥିବା ଖଣି ମାଫିଅ।କୁ ଗିରଫ କରିବାକୁ ଦାବି କରିଛନ୍ତି । ସେପଟେ ଏସ୍‌ପି କହିଛନ୍ତି ଉଭୟ ପକ୍ଷରୁ ଟାଙ୍ଗୀ ଥାନାରେ ଏତଲା ହୋଇଛି । ଘଟଣାର ତଦନ୍ତ କରିବାକୁ ଖୋର୍ଦ୍ଧା ଏସ୍‌ଡିପିଓଙ୍କୁ ଦାୟିତ୍ୱ ଦିଅ।ଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.