ନିଖୋଜ ପୁଅକୁ ଖୋଜିବା ଦାବିରେ ପରିବାର ଓ ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରୋକ

Published By : Prameya-News7 Bureau | February 03, 2020 IST

ଜି. ଉଦୟଗିରି ୦୩।୦୨ : ପୋଲିସର ତଦନ୍ତ ଅବହେଳାରେ  ଦାବି କରି ରାସ୍ତାରୋକ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଉଦୟଗିରି-ବାଲିଗୁଡା-ପୁଲବାଣୀ ରାସ୍ତା ଅବରୋଧ କରାଯାଇଛି । ନିଖୋଜ ଯୁବକଙ୍କ ପରିବାର ଲୋକ ଓ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ରାସ୍ତା ଅବରୋଧ ।

{"id":219448,"sizeSlug":"large"}

ସୂଚନାଯୋଗ୍ୟ ଯେ, ସାରଦା ମଲିକ ନାମକ ଜଣେ ବ୍ୟକିଙ୍କ ପୁଅ ଶୁଭେନ୍ଦୁ ମଲିକ ଗତ ୧୫ତାରିଖରୁ ନିଖୋଜ ଅଛନ୍ତି । ଶୁଭେନ୍ଦୁଙ୍କ  ବୟସ ୨୨ବର୍ଷ ବୋଲି ଜଣାପଡିଛି । ନିଖୋଜ ନେଇ ରାଇକିଆ ଥାନାରେ  ପରିବାର ପକ୍ଷରୁ ଏତଲା ଦିଆଯାଇଛି ।  କିନ୍ତୁ ଏପର୍ଯ୍ୟନ୍ତ ପୋଲିସ କିଛି ପଦକ୍ଷେପ ନେଇନଥିବାରୁ ପରିବାର ପକ୍ଷରୁ ରାଇକିଆ ଥାନା ଓ ଜି ଉଦୟଗିରି-ବାଲିଗୁଡା-ଫୁଲବାଣୀ ଅବରୋଧ କରିଛନ୍ତି ।  ରାସ୍ତା ଅବରୋଧ ସହ ଟାୟାର ଜାଲି ବିକ୍ଷୋଭ ପ୍ରଦର୍ଶ କରିଛନ୍ତି ବିଭିନ୍ନ ମହିଳା ସଂଗଠନ ଓ ସ୍ଥାନୀୟଲୋକ ।

{"id":219449,"sizeSlug":"large"}

ଦୀର୍ଘ  ଦିନ ହେଲା ନିଖୋଜ ଅଛନ୍ତି ଶୁଭେନ୍ଦୁ । ଅଭିଯୋଗ ପରେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ପରିବାର ଲୋକେ । ତେଣୁ ଏହାର ପଦକ୍ଷେପ ତୁରନ୍ତ ନିଆଯାଉ ବୋଲି ପ୍ରଶାସନଙ୍କୁ ପରିବାର ଲୋକ ନିବେଦନ କରିଛନ୍ତି । ପୋଲିସ ପକ୍ଷରୁ ଏମଆର ମିସିଙ୍ଗ କେଶ ନମ୍ବର ୦୨/୨୦୨୦ରେ ମାମଲା ରୁଜୁ କରାଯାଇଛି ।

{"id":219450,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.