Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଶବ ବ୍ୟବଚ୍ଛେଦ ବେଳେ ଆଖି କାଢି ନେଇଗଲେ ଡାକ୍ତର : ପରିବାରଲୋକଙ୍କ ଅଭିଯୋଗ

16/11/2019 at 1:04 PM

ଭଦ୍ରକ୧୬।୧୧: ଅଜାଣତରେ ଆଖି ଦାନ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାଗୁରାଇ ଆଦିବାସୀ କଲୋନୀରୁ । ଅଭିଯୋଗ ଅନୁଯାୟୀ ଗତ ୭ ତାରିଖ ଦିନ ଏହି ଆଦିବାସୀ କଲୋନୀର ବୀର ଗାଗରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ବୀରଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗତ ୧୧ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।

ଶବ ବ୍ୟବଚ୍ଛେଦ କରି ମୃତଦେହ ସେହିଦିନ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ କିଛି କାଗଜପତ୍ର ସହ ଏକ ସାଟିଫିକେଟ୍ ଦିଆଯାଇଥିଲା । ତେବେ ମୃତଦେହକୁ ଧରି ଘରେ ପହଞ୍ଚିବା ପରେ ଦୁଇଟି ଆଖି ନ ଥିବା ପରିବାରଲୋକେ ଦେଖିଥିଲେ । ମେଡିକାଲରୁ ମିଳିଥିବା ସାର୍ଟିଫିକେଟରେ ଚକ୍ଷୁ ଦାନ କରିଥିବା ଲେଖାଯାଇଥିଲା । ତେବେ ମୃତକଙ୍କ ପରିବାରଲୋକଙ୍କ ଚକ୍ଷୁ ଦାନ ନେଇ କିଛି ଜାଣି ନଥିବା କହୁଥିବା ବେଳେ, କେମିତି ଓ କିଏ ଆଖି ଦୁଇଟିକୁ କାଢିନେଲେ ତାହାକୁ ନେଇ ଏହି ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କ ନ୍ୟାୟ ପାଇଁ ଗୁହାରି ଜଣାଇଛନ୍ତି । ଏହାସହ ଦୋଷୀଙ୍କ ବିରୋଧରେ ଏତଲା ଦାଏର କରିବା ପାଇଁ ପୋଲିସ ପାଖକୁ ଯିବା ପାଇଁ କହିଥିଲେ । ତେବେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି ।

   Related Posts