Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମମିତାଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଲେ ପରିବାର, କହିଲେ ହତ୍ୟାକୁ ନେଇ ରାଜନୀତି କରାନଯାଉ

6/11/2021 at 8:32 PM

ବଲାଙ୍ଗିର, ୦୬/୧୧: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ଏବଂ ବଡ଼ବାପା । ଗଣମାଧ୍ୟମ ଏବଂ ଯେଉଁ ଜନତା ମମିତାଙ୍କୁ ନେଇ ଅପପ୍ରଚାର କରୁଛନ୍ତି ସେମାନଙ୍କୁ ସେ ଅନୁରୋଧ କରିଛନ୍ତି । ମମିତାଙ୍କ ବଡ଼ବାପା ଏନେଇ କହିଛନ୍ତି ଯେ “ମମିତାର ହତ୍ୟା ଘଟଣାରେ ଆମ ପରିବାର ବହୁତ ଦୁଃଖରେ ଅଛୁ । ପୋଲିସ ତାର ତଦନ୍ତ ଜାରି ରଖିଛି ଏବଂ ଆମେ ସେଥିରେ ସନ୍ତୁଷ୍ଟ ଅଛୁ । ଯେଉଁମାନେ ମମିତା ଓ ଆମ ପରିବାର ଚରିତ୍ର ସଂହାର କରୁଛନ୍ତି ଏଂ ଯେଉଁ ବି ମିଡିଆ କରୁଛନ୍ତି ତାକୁ ବନ୍ଦ କରନ୍ତୁ । ଆମକୁ ନ୍ୟାୟ ଦରକାର ଏବଂ ଦୋଷୀକୁ ମୃତ୍ୟୁ ଦଣ୍ଡ ବା ଫାସୀ ଦଣ୍ଡ ଦେବା ଦରକାର । ଏଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏଭଳି ଯେଉଁମାନେ କରୁଛନ୍ତି ତାକୁ ବନ୍ଦ କରନ୍ତୁ ।“

ସେହିପରି ମମିତାଙ୍କ  ବାପା ଗଣମାଧ୍ୟମ ଆଗରେ କହିଛନ୍ତି, “ମୋ ଝିଅ ମୋର ଭଲ ଝିଅ ଥିଲା । ତାର ହତ୍ୟାରେ ଆମ ପରିବାର ଲୋକେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛୁ । ମୋ ଝିଅର ହତ୍ୟା ଘଟଣାର ତଦନ୍ତ ପାଇଁ ମୁଁ ପୋଲିସ ପାଖକୁ ଯାଇଥିଲି । ପୋଲିସ ଯାହାବି ତଦନ୍ତ କରୁଛି ଆମେ ସେଥିରେ ସନ୍ତୁଷ୍ଟ ଅଛୁ । ମୋ ଝିଅ କେବେ ହେଲେ ହତ୍ୟାକାରୀ ଗୋବିନ୍ଦ ସାହୁ ସହିତ ରାୟପୁର ଯାଇନି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ମୋ ଝିଅର ଚରିତ୍ରକୁ ସଂହାର କରାନଯାଉ । ମୁଁ ସମସ୍ତ ମିଡିଆ ଓ ରାଜନୈତିକ ଦଳକୁ ହାତଯୋଡି ଅନୁରୋଧ କରୁଛି ମୋ ଝିଅ ହତ୍ୟା ଘଟଣାରେ ରାଜନୀତି କରାନଯାଉ । ଏ ସବୁ ବନ୍ଦ କରାଯାଉ । ମୋର ପୁରା ଭରସା ଅଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ନ୍ୟାୟ ଦେବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

   Related Posts