ଏବେ ବାଲାକୋଟ୍‌ରେ ଆତଙ୍କବାଦୀଙ୍କ ମୃତ୍ୟୁର ପ୍ରମାଣ ମଧ୍ୟ ମାଗିଲେ ପୁଲଓ୍ବାମା ସହିଦଙ୍କ ପରିବାର

Published By : Prameya-News7 Bureau | March 07, 2019 IST

ନୂଆଦିଲ୍ଲୀ ୭|୩ : ପାକିସ୍ତାନ ବାଲକୋଟ୍ ରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ ପରେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଭାରତ ସରକାର କହୁଛନ୍ତି । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କୀ ହମଲାରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପରିବାରଲୋକ । ଭାରତୀୟ ବାୟୁସେନା ଦ୍ବାରା ୨୬ ଫେବୃଆରୀ କରାଯାଇଥିବା ଏୟାରଷ୍ଟ୍ରାଇକ୍ ଫଳରେ ମୃତ୍ୟୁ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟାକୁ ନେଇ ରାଜନୈତିକ ଦଳଗୁଡିକ ଦ୍ବାରା ତୁମ୍ବିତୋଫାନ ସୃଷ୍ଟି ହୋଇଛି । ଯାହାକୁ ନେଇ ସହିଦ ଯବାନଙ୍କ ପରିବାରଲୋକ ଏବେ ପ୍ରଶ୍ନ ଉଠାଇଛନ୍ତି ।

{"id":91270}

ସହିଦ ଯବାନଙ୍କ ପରିବାରଲୋକ ସରକାରଙ୍କୁ କହିଛନ୍ତି ଯେ, ଆକ୍ରମଣରେ ମୃତ୍ୟୁ ହୋଇଥିବା ଆତଙ୍କବାଦୀଙ୍କ ମୃତଦେହ ପ୍ରଧାଣ ଆଧାରରେ ଦିଅନ୍ତୁ ଏବଂ ଆକ୍ରମଣରେ ପଡିଥିବା ପ୍ରଭାବର ସ୍ପଷ୍ଟ କରନ୍ତୁ । ଉତ୍ତରପ୍ରଦେଶର ଶାମ୍‌ଲିରୁ ସହିଦ ହୋଇଥିବା ଯବାନ ପ୍ରଦୀପ କୁମାର ଏବଂ ମଣିପୁରରୁ ସହିଦ ଯବାନ ରାମ ବକିଲ୍‌ଙ୍କ ପରିବାର ସଦସ୍ୟ ମଧ୍ୟ ଏବେ ବାଲାକୋଟ୍‌ ବିମାନ ଆକ୍ରମଣ ନେଇ ପ୍ରମାଣ ମାଗିଛନ୍ତି।

{"id":91271}

ଯଦିଓ ପାକିସ୍ତାନ ବାଲାକୋଟ୍ ଆକ୍ରମଣରେ ମୃତ୍ୟୁ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନାହିଁ, ଭାରତ ସରକାରଙ୍କୁ ମରିଥିବା ଆତଙ୍କବାଦୀମାନଙ୍କ ମୃତ୍ୟୁର ପ୍ରମାଣ ସାର୍ବଜନୀନ କରିବା ଉଚିତ୍ । ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ସହିଦଙ୍କ ପରିବାର ଯବାନଙ୍କ ମୃତଦେହ ପାଇଥିଲେ ମାତ୍ର ଏୟାରଷ୍ଟ୍ରାଇକ୍ ରେ ମୃତ୍ୟୁ ହୋଇଥିବା ଆତଙ୍କବାଦୀଙ୍କ ସେମିତି କୌଣସି ପ୍ରମାଣ ନାହିଁ । ପାକିସ୍ତାନ‌ରେ ହୋଇଥିବା ଏୟାରଷ୍ଟ୍ରାଇକ୍ ରେ ମରିଥିବା ଆତଙ୍କବାଦୀଙ୍କ ଶରୀର ମଧ୍ୟ ଆମେ ଦେଖିବାକୁ ଚାହୁଛୁ ବୋଲି ସେମାନେ କହିଛନ୍ତି ।

{"id":91272}

ସୂଚନାଯୋଗ୍ୟ ଯେ, ସରକାର ବାୟୁସେନା ଏୟାରଷ୍ଟ୍ରାଇକ୍ ନେଇ ମାରିଥିବା ଆତଙ୍କବାଦୀଙ୍କ ସଂଖ୍ୟା ସ୍ପଷ୍ଟ କରିନାହାନ୍ତି । ମାତ୍ର ବିଭିନ୍ନ ମନ୍ତ୍ରୀ ଭିନ୍ନ ଭିନ୍ନ ସଂଖ୍ୟା କହୁଛନ୍ତି । ବାୟୁସେନା ମୁଖ୍ୟ କହି ସାରିଛନ୍ତି ଯେ, ଆମେ କେବଳ ଟାର୍ଗେଟ୍‌ ଧ୍ବଂସ କରୁ, କେତେ ମରନ୍ତି ତାହା ଗଣିବା ଆମର କାମ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.