Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନାରେ ମୃତ୍ୟୁ ଘଟିଥିବା ସାମ୍ବାଦିକଙ୍କ ପରିଜନଙ୍କୁ ମିଳିବ ପାଞ୍ଚ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

31/05/2021 at 6:02 PM

ରାୟପୁର ୩୧।୦୫: ଦେଶରେ କରୋନା ମହାମାରୀରେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ପର୍ଯ୍ୟନ୍ତ ଖବର ପହଞ୍ଚାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସାମ୍ବାଦିକ। ଖବର ସଂଗ୍ରହ ସମୟରେ କରୋନାରେ ସଂକ୍ରମିତ ହୋଇ ଅନେକ ମିଡିଆ କର୍ମୀ ନିଜର ପ୍ରାଣ ହରାଇଛନ୍ତି। ଏମିତି ସମୟରେ ଗଣମାଧ୍ୟମ କର୍ମଚାରୀଙ୍କୁ ଛତିଶଗଡ ସରକାର ବହୁତ ବଡ ଆଶ୍ଵସ୍ତି ଦେଇଛନ୍ତି। ଛତିଶଗଡର ଭୂପେଶ ବଘେଲ ସରକାର କୋଭିଡ୍-୧୯ରେ ମୃତ୍ୟୁ ଘଟିଥିବା ସାମ୍ବାଦିକଙ୍କ ପରିଜନଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଆର୍ଥି ସହାୟତା ପ୍ରଦାନ କରିବାକୁକ ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ କଲ୍ୟାଣ ସହାୟତା ନିୟମ ଆଧାରରେ ସହଯୋଗ ରାଶି ପ୍ରଦାନ କରାଯିବ। କୋଭିଡ୍-୧୯ ସଂକ୍ରମଣରେ ହସ୍ପିଟାଲରେ ଭର୍ତ୍ତି ମିଡିଆକର୍ମୀଙ୍କ ଉପଚାର ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ଉଠାଇବ। ଜନସଂପର୍କ ନିର୍ଦ୍ଦେଶାଳୟ କୋଭିଡ୍-୧୯ରେ ପ୍ରଭାବିତ ମିଡିଆ କର୍ମୀଙ୍କ ପରିବାରର ବିଷୟରେ ସୂଚନା ଏକତ୍ର କରୁଥିବା ବିଜ୍ଞପ୍ତିରେ କୁହାଯାଇଛି।

ଛତିଶଗଡ ସରକାର କରୋନା ସଂକ୍ରମିତ ଗଣମାଧ୍ୟମ କର୍ମୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ନିୟମ ଆଧାରରେ ଦେବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିଜ ବଜେଟ୍ ଭାଷଣରେ ୨୦୨୧-୨୨ରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅସ୍ଵାଭାବିକ ମୃତ୍ୟୁ ଉପରେ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବଢାଇବାକୁ ଘୋଷଣା କରିଥିଲେ। 

   Related Posts