Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଭାରତ ପରି ସମ୍ମାନ ଦାବି କଲେ ଏଲଏସିରେ ମରିଥିବା ଚୀନ ସୈନିକଙ୍କ ପରିଜନ, ମୁହଁ ଖୋଲୁନାହିଁ ଡ୍ରାଗନ

26/06/2020 at 4:24 PM

ନୂଆଦିଲ୍ଲୀ ୨୬।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଜୁନ ୧୫ରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ଓ ଚୀନ ସୈନିକଙ୍କ ପ୍ରାଣହାନୀ ଘଟିଛି। ଭାରତ ନିଜର ସହିଦ ସୈନିକଙ୍କ ସଂଖ୍ୟା ଦର୍ଶାଇବା ସହିତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଇଛି। ମାତ୍ର ଚୀନରେ ସୈନିକ ଏବଂ ସେମାନଙ୍କ ପରିବାରକୁ ସମ୍ମାନ ଦେବା ତ ଦୂରର କଥା ଜନତାଙ୍କୁ ସୈନିକଙ୍କ ନାମ ମଧ୍ୟ କୁହାଯାଉ ନାହିଁ, ଯେଉଁମାନେ ନିଜ ଦେଶ ପାଇଁ ଲଢି ନିଜର ଜୀବନ ଦେଇଛନ୍ତି। ଏବେ ଭାରତ ପରି ସହିଦଙ୍କୁ ସମ୍ମାନ ଦେବାକୁ ଚୀନବାସୀ ଦାବି କରିଛନ୍ତି। ସୈନିକଙ୍କ ପରିବାର ଶାନ୍ତ କରିବାକୁ ଡ୍ରାଗନ ପ୍ରୟାସ ଚଳାଇଛି ଏବଂ ନିଜ ମୃତାହତ ସୈନିକଙ୍କ ନାମ ପରେ କହିବ ବୋଲି କହିଛି।

କ୍ଷମତାଧାରୀ ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ଗ୍ଲୋବାଲ ଟାଇମ୍ସର ସଂପାଦକ ହୁ ସିଜିନ ଏକ ଲେଖାରେ ଲେଖିଛନ୍ତି ଯେ, ସେନାରେ ମରୁଥିବା ସୈନିକଙ୍କୁ ସର୍ବୋଚ୍ଚ ସମ୍ମାନ ଦିଆଯାଯିବ ଏବଂ ଲୋକଙ୍କୁ ପରେ ସଠିକ୍ ସମୟରେ ସୂଚନା ଦିଆଯିବ। ଯଦ୍ଵାରା ମୃତ ସୈନିକଙ୍କୁ ସମ୍ମାନ ମିଳିବ ଯାହା ପାଇଁ ସେମାନେ ହକଦାର।

ଉଲ୍ଲେଖଯୋଗ୍ୟ, ପିଏଲଏସର ପ୍ରାଣ ହରାଇଥିବା ସୈନିକଙ୍କ ପରିଜନ ଅସନ୍ତୋଷ ପ୍ରକାଶ କରି ଭାରତର ସହିଦଙ୍କ ପରି ସମ୍ମାନ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ଭାରତରେ ସହିଦଙ୍କୁ ବହୁତ ସମ୍ମାନ ଦିଆଯାଏ, ମାତ୍ର ଏଠାରେ ନା କୌଣସି ସମ୍ମାନ ଦିଆଯାଏ ଏବଂ ନା ପରିଚୟ ଦିଆଯାଏ।

ଗ୍ଲୋବାଲ ଟାଇମ୍ସ ସ୍ଵୀକାର କରିଛି ଯେ, ସଂଘର୍ଷରେ ଚୀନ ସୈନିକ ମରିଛନ୍ତି, ମାତ୍ର ଏହାର ସଂଖ୍ୟା ୨୦ରୁ କମ ହେବ ବୋଲି ଦାବି କରିଛି। ଚୀନ ସରକାର ଏହି ବିଷୟରେ ଏ ପର୍ଯ୍ୟନ୍ତ ନିରବ ରହିଛି। ସେଠାକାର କମ୍ୟୁନିଷ୍ଟ ସରକାର ଏହା ମଧ୍ୟ କହିବାକୁ ପ୍ରସ୍ତୁତ ନାହିଁ ଯେ, କେତେ ସୈନିକ ସୀମାକୁ ଯାଇଛନ୍ତି। ହୁ ଲେଖିଛନ୍ତି, ଅଦ୍ୟାବଧି ଚୀନୀ ସେନା ମରିଥିବା ସୈନିକଙ୍କ ବିଷୟରେ କୌଣସି ସୂଚନା ଦେଇ ନାହିଁ।

   Related Posts