Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଗ୍ରାହକଙ୍କୁ ହଇରାଣ କରିବା ପଡିଲା ମହଙ୍ଗା! କ୍ଷତିପୂରଣ ଦେବେ ୱାଲମାର୍ଟ

1/12/2021 at 5:58 PM

ଆଲବାମା ୧।୧୨: ଆମେରିକା ଆଲବାମାରେ ଜଣେ ମହିଳା ଗ୍ରାହକ ଲେସ୍ଲି ନର୍ସଙ୍କୁ ବହୁରାଷ୍ଟ୍ରୀୟ ରିଟେଲ ଚେନ୍ ୱାଲମାର୍ଟ ଏବେ ୨.୧ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ କରିବେ। ଲେସ୍ଲିଙ୍କ ବିରୋଧରେ ୱାଲମାର୍ଟ ଚୋରୀ ଅଭିଯୋଗ ଆଣିଥିଲେ। ମାମଲାରେ ଲେସ୍ଲି ୱାଲମାର୍ଟଙ୍କ ବିରୋଧରେ କରିଥିବା ଅଭିଯୋଗ ଅଗ୍ରାହ୍ୟ ହେବା ପରେ  ଭ୍ରାମ୍ୟମାଣ (ମୋବାଇଲ) କାଉଣ୍ଟି କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି।

ଘଟଣାଟି ୨୦୧୬ ମସିହାର । ଲେସ୍ଲି ନର୍ସ ରାସନ ସାମଗ୍ରୀ କିଣି ୱାଲମାର୍ଟରୁ ବାହାରକୁ ଆସୁଥିବା ବେଳେ ସେଲ୍ଫ ଚେକ୍ ଆଉଟ୍ ମେସିନ୍‌ରେ ଅଟକି ଯାଇଥିଲେ। ତେବେ ଲେସ୍ଲି ସଉଦା ବାବଦେ ପୈଠ କରିସାରିଥିବାର କହିଥିଲେ ହେଁ କର୍ମଚାରୀ ତାଙ୍କୁ ବିଶ୍ୱାସ କରିନଥିଲେ। ଶେଷରେ ଦୋକାନରୁ ଚୋରି ଅଭିଯୋଗରେ ଲେସ୍ଲିଙ୍କୁ ଗିରଫ କରାଯାଇଥିଲା। ୨୦୧୭ ମସିହାରେ ମାମଲା କୋର୍ଟରେ ଖାରଜ ହୋଇଯାଇଥିଲା।

ହେଲେ ୱାଲମାର୍ଟ ଲେସ୍ଲିଙ୍କୁ ତାଙ୍କ ୨୦୦ ଡଲାରର ସଉଦା ଲାଗି ବାରମ୍ବାର ନିଜ ଲ ଫାର୍ମ ମାଧ୍ୟମରେ ନୋଟିସ୍ ପଠାଇ ଚାଲିଥିଲେ। ଯେଉଁଥିରେ ସଉଦା ବାବଦ ଦେୟ ପୈଠ ନ କଲେ ମୋକଦ୍ଦମା ଲାଗି ଧମକ ଦେଉଥିଲେ। ତେବେ ମାମଲାରେ ପ୍ରତିବାଦୀ ଆଲାବାମାର ନିରିହ ନାଗରିକଙ୍କୁ ଏପରି ମିଥ୍ୟା ଅଭିଯୋଗରେ ଫଶାଇ ସେମାନଙ୍କଠାରୁ ଅର୍ଥ ଆଦାୟ କରୁଥିବାର ପ୍ରମାଣିତ ହେବା ପରେ କୋର୍ଟ ଏହି କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି।

   Related Posts