Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଦିଆଯାଉଛି ଭୁଲ୍ ସୂଚନା

9/03/2019 at 11:45 AM

ନୂଆଦିଲ୍ଲୀ ୯/୩: ମହିଳା ଦିବସ ଦିନ ସୋଶିଆଲ ମିଡିଆର ଏକ ପୋଷ୍ଟକୁ ବହୁଳଭାବେ ସେୟାର କରାଯାଉଛି। ଏଥିରେ ଦାବି କରାଯାଉଛି। ଏଥିରେ ଦାବି କରାଯାଉଛି ଯେ ଏବେଠାରୁ ଝିଅଙ୍କ ପାଠପଢ଼ାଠୁ ନେଇ ବିବାହ ପର୍ଯ୍ୟନ୍ତ ଯେତିକି ଟଙ୍କା ଖର୍ଚ୍ଚ ହେବ ଏହା ସରକାର ଉଠାଇବ। ଏହି ଦାବି ‘ଅପନି ଖବରେ’ ନାମକ ଏକ ଓ୍ବେବସାଇଟର ଆର୍ଟିକଲରେ କରାଯାଉଛି।

ଇଣ୍ଡିଆ ଟୁଡେ ଆଣ୍ଟି ଫେକ୍ ନ୍ୟୁଜ ବାର ରୁମ୍ ନିଜ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ଏହି ଆର୍ଟିକଲର ହେଡଲାଇନ୍ ଭ୍ରମାତ୍ମକ ଏବଂ ସରକାର ଏପରି କୈାଣସି ଘୋଷଣା କରିନାହାନ୍ତି। ଆର୍ଟକଲର ହେଡଲାଇନ୍ ଏପରି ଲେଖା ହୋଇଥିଲା-‘ଝିଅଙ୍କ ନାଁରେ ଭରନ୍ତୁ ଫର୍ମ ,ଝିଅର କଲେଜ ପଢ଼ାଠୁ ବିବାହ ପର୍ଯ୍ୟନ୍ତ ଯେତିକି ଟଙ୍କା ଖର୍ଚ୍ଚ ହେବ ସରକାର ଦେବ’।

ଆର୍ଟିକଲରେ ଭାରତ ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ କୁହାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନା ଭାରତ ସରକାରଙ୍କ ତରଫରୁ ଝିଅଙ୍କ ବିବାହ ଏବଂ ଉଚ୍ଚ ଶିକ୍ଷା ନିମନ୍ତେ ଆରମ୍ଭ କରାଯାଇଥିବା ଏକ ନିବେଶ ଯୋଜନା ଅଟେ। ଆର୍ଟିକଲରେ ହେଡଲାଇନ୍ ବ୍ୟତୀତ କେଉଁଠାରେ ଲେଖାଯାଇନାହିଁ ଝିଅଙ୍କ ପାଠପଢ଼ା ଏବଂ ବିବାହରେ ଯେତେ ଟଙ୍କା ଖର୍ଚ୍ଚ ହେବ ସରକାର ଏହାକୁ ବହନ କରିବ। ଏହି ଆର୍ଟିକଲକୁ ଫେସବୁକ୍ ପେଜ ‘ଯୁବା ଭାରତ’ ସେୟାର କରିଛି ଯାହାକୁ ଏବେ ଯାଏଁ ୨୦୦୦ରୁ ଅଧିକ ଲୋକ ସେୟାର କରିଛନ୍ତି। ଏହି ଫେସବୁକ୍ ପେଜରେ ୩୦ଲକ୍ଷରୁ ଅଧିକ ଲୋକ ଜଡ଼ିତ ଅଛନ୍ତି।

ଆଇସିଆଇ ବ୍ୟାଙ୍କର ଓ୍ବେବସାଇଟ୍ ମୁତାବିକ ସୁକନ୍ୟା ସମୃଦ୍ଧି ଯୋଜନା ୧୦ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଝିଅଙ୍କ ପାଇଁ ଲାଗୁ ହୋଇପାରିବ। କେନ୍ଦ୍ର ସରକାରଙ୍କ ଏହି ନିବେଶ ଯୋଜନା କନ୍ୟାଙ୍କ ଉଚ୍ଚ ଶିକ୍ଷା ଏବଂ ବିବାହ ନିମନ୍ତେ ସଞ୍ଚୟ କରିବା ନିମନ୍ତେ କାର୍ଯ୍ୟକାଳରୁ ଆରମ୍ଭ କରାଯାଇଛି । ଏହି ଯୋଜନା ‘ବେଟି ପଢ଼ାଓ ବେଟି ବଚାଓ’ ସ୍କିମର ଅନ୍ତର୍ଗତ ଯେଉଁଥିରେ ସରକାର ୮.୫% ମୂଲ୍ୟରେ ସୁଧ ଦେଇଥାଏ। ଏହି ଯୋଜନା ଜରିଆରେ ଆର୍ଥିକ ବର୍ଷରେ ଅତି କମରେ ୧୦୦୦ଟଙ୍କା ଏବଂ ଅତି ବେଶୀରେ ୧ଲକ୍ଷ ୫୦ହଜାର ଟଙ୍କା ଜମା କରାଯାଇପାରିବ। ଏହି ଟଙ୍କାକୁ ଝିଅର ବିବାହ ଏବଂ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରୟୋଗ କରାଯାଇପାରିବ।

ଏହି ଯୋଜନାରେ ଏପରି କୈାଣସି ବ୍ୟବସ୍ଥା ନାହିଁ ଯେଉଁଥିରେ ସରକାର ଝିଅଙ୍କ ପାଠପଢ଼ା ଏବଂ ବିବାହରେ ହେଉଥିବା ସବୁ ଖର୍ଚ୍ଚ ବହନ କରିବ। ଯୋଜନା ଜରିଆରେ ମ୍ୟାଚୁରିଟି ଏମାଉଣ୍ଟ ଖାତାରେ ଜମା କରାଯାଇଥିବା ରାଶି ଏବଂ ସେଥିରୁ ମିଳୁଥିବା ସୁଧ ଉପରେ ନିର୍ଭର କରିବ।

   Related Posts