Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ସୋସିଆଲ ମିଡ଼ିଆରେ ବ୍ରାଏନ ଲାରାଙ୍କୁ କରୋନା ହୋଇଥିବା ଖବର, ନିଜେ ଲାରା କଲେ ଖୁଲାସା

6/08/2020 at 6:18 PM

ନୂଆଦିଲ୍ଲୀ ୦୬/୦୮ : କରୋନା ଭାଇରସ ସାରା ଦୁନିଆକୁ କବଳିତ କରିଛି | ପ୍ରତିଦିନ କେହି ନା କେହି କରୋନା ସଂକ୍ରମଣର ଶିକାର ହେଉଛନ୍ତି | ଖେଳ ଜଗତର ଅନେକ ଖେଳାଳି ତଥା କଳାକାର କରୋନା ସଂକ୍ରମଣର ଶିକାର ହେଉଛନ୍ତି | କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ୱେଷ୍ଟଇଣ୍ଡିଜ କ୍ରିକେଟ ଖେଳାଳି ବ୍ରାୟନ ଲାରା କରୋନା ସଂକ୍ରମିତ ହୋଇଛନ୍ତି | ଲାରା ବୁଧବାର ଦିନ ସୋସିଆଲ ମିଡ଼ିଆରେ ଏହି ଖବରକୁ ନେଇ ଖୁଲାସା କରିଛନ୍ତି | 

ଲାରା ଇନ୍ସଟାଗ୍ରାମରେ ଫଟୋ ସେୟାର କରି କହିଛନ୍ତି ଯେ, ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିଥିଲା | ତାଙ୍କ ନାଁରେ ଅପପ୍ରଚାର ନ କରିବାକୁ ସେ ଅନୁରୋଧ କରିଛନ୍ତି | ସେ କହିଛନ୍ତି ଯେ ତାଙ୍କ ନାଁରେ ଅପପ୍ରଚାର କରାଯାଇଥିଲା ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେଥିପାଇଁ ସେ ସୋସିଆଲ ମିଡ଼ିଆରେ ସବୁକିଛି ଖୁଲାସା କରିଛନ୍ତି | ଭୁଲ ଖବର ପ୍ରଚାର କରିବାରୁ ତାଙ୍କ ବନ୍ଧୁ ସମ୍ପର୍କୀୟ ଚିନ୍ତିତ ଏବଂ ଦୁଖୀ ହୋଇପଡିଥିବା ସେ କହିଛନ୍ତି | କରୋନା ଭାଇରସକୁ ନେଗେଟିଭ ତରିକାରେ ଗ୍ରହଣ କରି ମିଥ୍ୟା ଖବର ପ୍ରଚାର କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି | ସମସ୍ତେ ସୁରକ୍ଷିତ ରୁହନ୍ତୁ  ବୋଲି ପ୍ରାର୍ଥନା କରିଛନ୍ତି କାରଣ ଭାଇରସ ସହଜରେ ଯିବନାହିଁ ବୋଲି ସେ ଆଶଙ୍କା କରିଛନ୍ତି | 

କ୍ୟାରବୀୟନ ପ୍ରିମିୟର ଲିଗ ଆରମ୍ଭ ହେବାକୁ ଏବେ ଆହୁରି ଦୁଇ ସପ୍ତାହ ବାକି ଅଛି | ତାହା ପୂର୍ବରୁ ଜମାଇକା ତଲାବହାଯ ଟିମକୁ ଦୁଇଟି ବଡ ଝଟକା ଲାଗିଛି | ଟିମର ଦୁଇ ଖେଳାଳି ପ୍ରିମିୟରରୁ ବାହାର ହୋଇଛନ୍ତି | ଏହି ଦୁଇ ଖେଳାଳି କରୋନା ସଂକ୍ରମିତ ଖେଳାଳିଙ୍କ ସହିତ ଥିବାରୁ ଏମାନଙ୍କୁ ଲିଗରୁ ବାହାର କରାଯାଇଛି |

   Related Posts