Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଜାଲ ଜାତି ପ୍ରମାଣପତ୍ର ମାମଲା : ଅମରାବତୀ ସାଂସଦ ନବନୀତ କୌରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି, ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ

22/06/2021 at 3:20 PM

ନୂଆଦିଲ୍ଲୀ ୨୨/ ୦୬ : ଅମରାବତୀରୁ ନିର୍ଦଳୀୟ ସାଂସଦ ତଥା ଅଭିନେତ୍ରୀ ନବନୀତ କୌରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି ମିଳିଛି । ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ସୁପ୍ରିମକୋର୍ଟ ବିପକ୍ଷଙ୍କୁ ନୋଟିସ ମଧ୍ୟ ଜାରି ରଖିଛନ୍ତି । ଜଷ୍ଟିସ୍ ବିନିତ ଶରଣ ଏବଂ ଜଷ୍ଟିସ୍ ଦିନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବା ସହିତ ବିପକ୍ଷଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମାମଲାର ଆଗାମୀ ଶୁଣାଣି ଆସନ୍ତା ଜୁନ ୨୫ ତାରିଖରେ ହେବ ।

ବମ୍ବେ ହାଇକୋର୍ଟ ଦ୍ବାରା ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ନବନୀତ କୌର । ହାଇକୋର୍ଟ ପୂର୍ବରୁ ନବନୀତଙ୍କ ଜାତି ପ୍ରମାଣପତ୍ର ଜାଲ ଦର୍ଶାଇବା ସହ ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ । ଏହା ସହିତ ୬ ସପ୍ତାହ ମଧ୍ୟରେ ଆବଶ୍ୟକୀୟ ସମସ୍ତ ଜାତିଗତ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏଭଳି ଆଦେଶ ପରେ ନବନୀତ କୌରଙ୍କ ସାଂସଦ ସଦସ୍ୟ ପଦ ବିପଦରେ ପଡିଯାଇଥିଲା ।

ସୂଚନାଯୋଗ୍ୟ, ନବନୀତ କୌର ଜାଲ ଜାତି ପ୍ରମାଣ ପତ୍ର ଦେଇ ୨୦୧୯ ନିର୍ବାଚନ ଲଢିଥିବା​‌ ​‌ନେଇ ଅଭିଯୋଗ ହୋଇଥିଲା । ସାଧାରଣ ନିର୍ବାଚନରେ ସେ ଶିବସେନା ପ୍ରାର୍ଥୀ ଆନନ୍ଦରାଓ୍ବ ଅଡସୁଲଙ୍କୁ ହରାଇଥିଲେ । ପରେ ଜାଲ ଜାତିପତ୍ର ଦେଇ ନିର୍ବାଚନ ଲଢିଥିବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ଆନନ୍ଦରାଓ୍ବ । ଏହାପରେ ହାଇକୋର୍ଟ ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ରଦ୍ଦ କରିଦେଇଥିଲେ ।

୨୦୧୪ରେ ରାଜନୀତିରେ ପାଦ ଦେଇଥିଲେ ନବନୀତ କୌର । ଶିବସେନାରୁ ଟିକେଟ ନେଇ ନିର୍ବାଚନ ଲଢିଥିଲେ ସୁଦ୍ଧା ପରାଜୟ ବରଣ କରିଥିଲେ ସେ । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ଲଢି ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

   Related Posts