ଔପଦା ବ୍ଲକରେ ଫଲସ୍‌ ବିଲ୍‌ ବିବାଦ, ଷୋଳଭଉଣୀ କେନାଲରେ କାମ କରି ଅଡୁଆରେ ବ୍ଲକ କର୍ମଚାରୀ

Published By : Prameya-News7 Bureau | July 26, 2020 IST

ନୀଳଗିରି୨୫/୭:  ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଧିନ ଫତେପୁର ପଞ୍ଚାୟତରେ ଥିବା ଷୋଳଭଉଣୀ କେନାଲରେ କାମ କରି ଏବେ ଅଡ଼ୁଆରେ ପଡ଼ିଛନ୍ତି ବ୍ଲକ କର୍ମଚାରୀ। କ୍ଷୁଦ୍ର ଜଳସେଚନ ବିଭାଗର ବିନା ଅନୁମତିରେ ତାଙ୍କ କେନାଲ ଉପରେ କାମ ଦର୍ଶାଇ ବିଲ ଉଠାଇବା ପରେ ଫଲସ ବିଲ ଆଶଙ୍କା ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଅଭିଯୋଗ ପାଇ ଘଟଣାକୁ ନେଇ ଖୋଳତାଡ଼ ପରେ ଔପଦା ବ୍ଲକ ଚଳଚଞ୍ଚଳ ହୋଇଉଠିଛି। ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତରେ ଷୋଳଭଉଣୀ ଡ୍ୟାମ ରହିଛି।

ଏହି ଡ୍ୟାମ୍‌ରୁ କେନାଲରେ ପାଣି ଯାଇ ୨୦୦ ଏକରରେ ଚାଷୀମାନେ ଚାଷ କରି ଉପକୃତ ହୋଇଥାନ୍ତି। ୨୦୧୮/୧୯ ଆର୍ଥିକ ବର୍ଷରେ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ଵାରା ୭୫ ଲକ୍ଷ ୨୨ ହଜାର ୨୭୨ ଟଙ୍କା ବ୍ୟୟରେ ଡ୍ୟାମ୍‌ ଓ କ୍ୟାନେଲର ଉନ୍ନତିକରଣ ପାଇଁ ଟଙ୍କା  ଖର୍ଚ୍ଚ ହୋଇଥିଲା। ଡ୍ୟାମ ପାର୍ଶ୍ୱରେ ଥିବା କିଛି ଜମି ଉପରେ ପାଣି ଯାଇପାରୁନଥିବା ବେଳେ ବେଣାଗଡିଆ ମୌଜା ରାଣୀପୋଖରୀ ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗ ମେସିନ ସାହାଯ୍ୟରେ ମାଟି ତାଡି କେନାଲ ତିଆରି କରିଥିଲା। ସେହି କେନାଲ ଉପରେ ଫତେପୁର ପଂଚାୟତ ତରଫରୁ ମନେରୋଗା  ଯୋଜନାରେ ପୁଣି ରିନୋଭେସନ ନାମରେ ୬ ଲକ୍ଷ ଟଙ୍କା ବ୍ୟୟରେ ଖର୍ଚ୍ଚ ହେଉଛି।

ତେବେ ପାଣି ପଞ୍ଚାୟତ ଓ କ୍ଷୁଦ୍ରଜଳସେଚନ ବିଭାଗର ବିନା ଅନୁମତି ରେ କେନାଲ ରେ କାମ ଦର୍ଶାଇ ଫଲସ ବିଲ କରିବା ଅଭିଯୋଗ ଉଠାଇଛନ୍ତି ଗ୍ରାମବାସୀ ଓ ପାଣି ପଞ୍ଚାୟତ ର ସଭାପତି ନୀଳମଣୀ ରାଉତ। ପାଇକପଡ଼ା ରେ କାମର  ଫାଇଲ ଖୋଲିବା ପରେ ବେଣାଗଡ଼ିଆ କେନାଲ ରେ ମାଟି ସଫା କରି  ୨ ଲକ୍ଷ ୧୬ ହଜାର ଉଠାଇ ନେଇଥିବା ଅଭିଯୋଗ ହୋଇଛି।

ଏନେଇ ଗ୍ରାମବାସୀ ଔପଦା ବିଡ଼ିଓ ଙ୍କୁ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୁନ ହୋଇଛି।ହେଲେ ବିଭାଗ ତରଫରୁ ବିନା ଫଳକରେ କାମର ବିଲ ହୋଇଥିବା ବେଳେ  ଚଂଚକତା କରି ବୋର୍ଡ ତିଆରି କରିଥିବା ଦେଖାଯାଇଛି। କ୍ଷୁଦ୍ରଜଳସେଚନ ଜାଗାରେ କାମ କରିବା ସହ ବେଣାଗଡ଼ିଆ ଗ୍ରାମସାଥୀ ଦସ୍ତଖତ ନକରିବା ଆଶଙ୍କା ଥିବାରୁ କାମଟିକୁ ପାଇକପଡା ମୌଜା ଦର୍ଶାଇ ଟଙ୍କା ହଡପ କରୁଥିବା ଅଭିଯୋଗ ଉଠାଇ ଘଟଣାର ଭିଜିଲାନ୍ସ ଦାବି କରିଛନ୍ତି ଗ୍ରାମବାସୀ।ସେପଟେ କାର୍ଯ୍ୟ କରିଥିବା ସେହି ଅଂଚଳର କିଛି ଶ୍ରମିକ ପୂର୍ବରୁ ଖୋଳା ହୋଇଥିବା କେନାଲ ରେ ମାଟି ଫୁଟେ ପାଖାପାଖି ସଫାକରିଥିବା  ସ୍ୱୀକାର କରିଛନ୍ତି।

ତେବେ ଘଟଣାକୁ ନେଇ କ୍ଷୁଦ୍ରଜଳସେଚନ ପ୍ରକଳ୍ପର କର୍ମଚାରୀ ପୁର୍ଣ୍ଣଚନ୍ଦ୍ର ମହାନ୍ତି  କଣ ପାଇଁ ବିଭାଗୀୟ ଅଧିକାରୀ ଙ୍କଠାରୁ ଅନୁମତି ନନେଇ ପଂଚାୟତ କାମ କରୁଛି ବୋଲି ପ୍ରତିବାଦ କରିବାରୁ କାର୍ଯ୍ୟରତ ଜେଇ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଘଟଣା ଆଗକୁ ବଢିବ ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ବିଡ଼ିଓ କିଛି ମନ୍ତ୍ର ଫୁଙ୍କିଥିବାର କୁହାଯାଏ।ସେପଟେ ଘଟଣାକୁ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ମିତା ଟୁଡୁ ଙ୍କୁ ଘଟଣା ବିଷୟରେ ପଚାରିବା ପରେ ଫାଇନାଲ ବିଲ ବେଳକୁ ତାଙ୍କ ପାଖକୁ ଫାଇଲ ଆସିଥାଏ ,ତେବେ ଅଭିଯୋଗକୁ ନେଇ ସେ କ୍ଷୁଦ୍ରଜଳସେଚନ ବିଭାଗ ପାଖରୁ କେତେ କାମ ହୋଇଛି କାଗଜ ପତ୍ର ମାଗିବେ ବୋଲି କହିଛନ୍ତି। କାର୍ଯ୍ୟ ତଦାରଖ କରିଥିବା ଜେଇ ରମେଶ ସିଂ ଘଟଣା ବିଷୟରେ ଅନୁମତି ଆଣି କାର୍ଯ୍ୟ କରାଯାଇ ବିଲକରି ଥିବା କହିଛନ୍ତି।

ଫଲସ୍‌ ବିଲ କୁ ଖଣ୍ଡନ କରି ଆମେ ୪/୫ ଫୁଟ ତାଡିଥିବା କହିଛନ୍ତି। ସେପଟେ ବିଡ଼ିଓ ସନ୍ତୋଷ ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ସେହି ଚିରାଚରିତ ଢଙ୍ଗରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଶ୍ରମିକ ଫୁଟେ ତାଡିଥିବା କହିବା ଆଉ ଯନ୍ତ୍ରୀ ୪/୫ ଫୁଟ ତାଡିଥିବା କହିବା ପରେ ଏହି ବିବାଦୀୟ କାମ ରେ କିଛି ତ ଅନିୟମିତା ରହିଛି କୁହାଯାଇଥିବା ବେଳେ ଯଦି ଉଛ ସ୍ତରୀୟ ତଦନ୍ତ ହେବ ତାହେଲେ ଅସଲ ଚିତ୍ର ପଦାକୁ ଆସିବ ବୋଲି ସାଧରଣରେ ମତ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.