Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସମ୍ବିତ ପାତ୍ରଙ୍କୁ ଓକିଲ ନୋଟିସ୍ ପଠାଇଲେ ମହମ୍ମଦ ମୋକିମ୍: ପରୀ ମାମଲାରେ କଂଗ୍ରେସ ବିଧାୟକଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର

7/12/2020 at 9:08 PM

କଟକ ୦୭।୧୨: ପରୀ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ଜାରି ରହିଛି। ଉଭୟ ଦଳ ପରସ୍ପରକୁ ବିଜେଡିର ସମାନ ବିଚାରଧାରାର ଆରୋପ ଲଗାଉଛନ୍ତି। ଅନ୍ୟପଟେ  ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ ସମ୍ବିତ ପାତ୍ର ୯ ଜଣ କଂଗ୍ରେସ ବିଧାୟକମାନଙ୍କ ବିରୁଦ୍ଧରେ ଅପମାନଜନକ ଓ ଅରୁଚିକର ଶବ୍ଦ ପ୍ରୟୋଗ କରିଥିଲେ। ଏହି ଘଟଣାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଚେତାବନୀ ଦେବା ସହ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଏକ ଓକିଲ ନୋଟିସ୍ ଜାରି କରିଛନ୍ତି।

ମୋକିମ କହିଛନ୍ତି, ପରୀ ଘଟଣାରେ ସମ୍ଵିତ ପାତ୍ର ୯ ଜଣ କଂଗ୍ରେସ ବିଧାୟକଙ୍କ ବିରୁଦ୍ଧରେ ଅରୁଚିକର ଓ ନିରାଧାର ମନ୍ତବ୍ୟ ଦେଇ ଏବଂ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏହି ଘଟଣାକୁ ଟାଣି ନିଜ ହୀନମନ୍ୟତା ଓ ନୀଚମନର ପରିଚୟ ଦେଇଛନ୍ତି। ଡ ପାତ୍ର ଶସ୍ତା ଲୋକପ୍ରିୟତା ପାଇଁ କଂଗ୍ରେସ ବିଧାୟକମାନଙ୍କ ପ୍ରତି ପରୀ ଘଟଣାରେ ପଇସା ଖାଇବା ପରି ଆଶାଳୀନ ଆକ୍ଷେପ କରିବା ତାଙ୍କ ଦୁର୍ବଳ ଓ ହତାଶା ମାନସିକତାର ପରିଚୟ ଦେଇଛନ୍ତି। ଏହି ଘଟଣାରେ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିଷ୍ଠା ଓ ସମ୍ମାନହାନୀ ଘଟିଛି।

ଐତିହାସିକ କଟକ ସହରର ଲୋକ ପ୍ରତିନିଧ ଭାବେ ତାଙ୍କ ପ୍ରତି ଡ. ପାତ୍ରଙ୍କ ଆଶାଳୀନ ଟିପ୍ପଣୀ ପରୋକ୍ଷରେ କଟକ ସହରବାସୀଙ୍କ ସ୍ଵାଭିମାନକୁ ଉପହାସ କରୁଛି। ଏଥିରେ ଓଡିଶାର ଅଗଣିତ କଂଗ୍ରେସ କର୍ମୀଙ୍କ ମନରେ ଯେଉଁ ବ୍ୟଥା ସୃଷ୍ଟି ହୋଇଛି ସେଥିପାଇଁ ସମ୍ବିତ ପାତ୍ର ତୁରନ୍ତ କ୍ଷମା ମାଗନ୍ତୁ ବୋଲି ମୋକିମ ଦାବି କରିଛନ୍ତି। ନଚେତ୍ ଭାରତୀୟ ପିଙ୍ଗଳ କୋଡର ୧୮୬୦ ଧାରା ଅନୁଯାୟୀ ଅଦାଲତଙ୍କ ଦ୍ଵାରସ୍ଥ ହେବେ ବୋଲି ମୋକିମ ଚେତାଇଛନ୍ତି। ଏଥିସହ ପାତ୍ରଙ୍କ ବିରୁଦ୍ଧରେ ଏକ ଓକିଲ ନୋଟିସ୍ ମଧ୍ୟ ଜାରି କରିଛନ୍ତି।

   Related Posts