Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ସ୍ୱାମୀଙ୍କୁ ପୋଖରୀକୁ ଠେଲି ଦେଲା ସ୍ତ୍ରୀ, ସ୍ତ୍ରୀର ପ୍ରେମିକକୁ ଜାବୁଡ଼ି ଧରିଲେ ସ୍ୱାମୀ, ଉଦ୍ଧାର ହେଲା ୨ଜଣଙ୍କ ଶବ

25/10/2019 at 9:09 PM

ସୁରତ୨୫|୧୦: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ପୋଖରୀରେ ବୁଡ଼ି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଶବ ଉଦ୍ଧାର ପରେ ସେମାନଙ୍କର ମୃତ୍ୟୁ ରହସ୍ୟ ଉଦଘାଟିତ ହୋଇଛି। ଯାହା ପୋଲିସକୁ ବି ବିସ୍ନମିତ କରିଛି। ପୋଲିସ ସୂଚନା ମୁତାବକ ୨ଜଣ ଯୁବକଙ୍କ ମୃତ୍ୟୁର କାରଣ ଅବୈଧ ସମ୍ପର୍କ ବୋଲି ଜଣାପଡିଛି । ପ୍ରେମ ଜନିତ କାରଣରୁ ଦୁଇଜଣ ଯୁବକ ପ୍ରାଣ ହରାଇଥିବା ପୋଲିସ କହିଛି।

ସୂଚନାଯୋଗ୍ୟ ଯେ ମୋରାଭାଗଣ ଖଣ୍ଡକୁଭାରେ ରହୁଥିବା କମଲ ଯୋଗେଶ ଭାଇ ପଟେଲଙ୍କ ପତ୍ନୀ  ଖୁସବୁ ପଟେଲ ଜଣେ ଶିକ୍ଷୟତ୍ରୀ। ରାନ୍ଦେରର ଲୋକମାନ୍ୟ ସ୍କୁଲରେ ସେ ପିଲାଙ୍କୁ ପାଠ ପଢ଼ାନ୍ତି।  ଯୋଗେଶ ଓ ଖୁସବୁଙ୍କ ବିବାହକୁ ୭ ବର୍ଷ ହୋଇଗଲାଣି। ତାଙ୍କର ୩ ବର୍ଷର ଗୋଟେ ଝିଅ ଅଛି। ଏହି ସମୟ ମଧ୍ୟରେ ତୁଷାର ଭାଇ ପଟେଲଙ୍କ ସହ ଖୁସ୍‌ବୁଙ୍କ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା। ଏ ନେଇ  ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଅକ୍ଟୋବର ୨୧ ତାରିଖ ଦିନ ଖୁସବୁ ବୁଲିବା ବାହାନାରେ ନିଜ ସ୍ୱାମୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ।  ପୂର୍ବରୁ ଖୁସବୁ ଓ ତାଙ୍କ ପ୍ରେମିକ ତୁଷାର ମିଶି ଯୋଗେଶଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ଯୋଗେଶ ପହଁରା ଜାଣି ନଥିବା ଖୁସବୁ ପର୍ବରୁ ଜାଣିଥିଲା। ଏଣୁ ଯୋଗେଶଙ୍କୁ  ହତ୍ୟା କରିବା ଲାଗି ସେମାନେ ପୋଖରକୁ ବାଛିଥିଲେ।

ପୋଖରୀକୁଳରେ ସ୍ୱାମୀ ଓ ସ୍ତ୍ରୀ ବୁଲିବା ସମୟରେ ହଠାତ ଖୁସବୁଙ୍କ ପ୍ରେମିକ ପହଞ୍ଚି ଯାଇଥିଲେ। ଯୋଗେଶ ଓ ତୁଷାର କଥା ହେବା ବେଳେ ଖୁସବୁ ଯୋଗେଶଙ୍କୁ ପୋଖରୀ ଭିତରକୁ ଧକ୍କା ଦେଇଥିଲେ। ଏଣୁ ଯୋଗେଶ ପୋଖରୀରେ ପଡିବା ବେଳକୁ ପତ୍ନୀଙ୍କ ପ୍ରେମିକ ତୁଷାରକୁ ଜାବୁଡ଼ି ପକାଇଥିଲେ। ଫଳରେ ଦୁଇଜଣ ଏକାଠି ପୋଖରୀରେ ପଡ଼ିଥିଲେ। ତେଣେ ଉଭୟ ପହଁରା ଜାଣିନଥିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ପତ୍ନୀ ଖୁସବୁ ପଟେଲକୁ ଗିରଫ କରିଛି।

   Related Posts