ଶୋଇବା ବେଳେ ଚମକୁଛନ୍ତି କି ? ତେବେ ନିଶ୍ଚିତ ପଢନ୍ତୁ ଏହି ଖବର
22/06/2019 at 7:46 PM

ଶୋଇବା ବେଳେ ପ୍ରାୟ ଛୋଟ ଶିଶୁ ଚମକି ଥାନ୍ତି । ତେବେ ବଡ ହେବା ପରେ ଏପରିକି ପ୍ରାପ୍ତ ବୟସ୍କରେ ମଧ୍ୟ ଶୋଇବା ବେଳେ ଚମକୁଥିବା ଅନେକ ଲୋକ ଅଛନ୍ତି । ନିଦରେ ଶୋଇଥିବା ବେଳେ ଚମକି ଉଠି ପଡନ୍ତି। ତେବେ ବିଜ୍ଞାନ ଭାଷାରେ ଏହାକୁ ‘ହେପନିକ ଜର୍କ’ କୁହାଯାଏ। ତେବେ ଏଥିପାଇଁ ଭୟଭୀତ ହେବାର କିଛି କାରଣ ନାହିଁ । ଏହା ଏକ ନର୍ଭସ ସିଷ୍ଟମ ଡିଜଅର୍ଡର ବୋଲି ମନୋ ବୈଜ୍ଞାନିକମାନେ କୁହନ୍ତି। ତେବେ ଅନେକ କ୍ଷେତ୍ରରେ ଲୋକେ ନିଦର ଶୋଇ ଚମକି ଉଠି ଯିବା ଯୋଗୁ ରାତିତମାମ ବିନିଦ୍ର କଟାଇବାକୁ ବାଧ୍ୟ ହୋଇଥାନ୍ତି। ପ୍ରାୟ ୭୦ ପ୍ରତିଶତ ଲୋକେ ଏଭଳି ସମସ୍ୟା ଗ୍ରସିତ ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି। ଏଣୁ ନିଦରେ ଶୋଇଥିବା ବେଳେ ଆମେ ଚମକିବାର କାରଣ ସବୁ କ’ଣ ହୋଇପାରେ ଆସନ୍ତୁ ଜାଣିବା।

ନିଦରେ ଶୋଇଥିବା ବେଳେ ଚମକିବାର ଅନେକ କାରଣ ରହିଛି। ଏଥିରୁ ଗୋଟିଏ କାରଣ ଔଷଧ ଓଭରଡୋଜ୍ ହୋଇପାରେ ବୋଲି ଗବେଷଣାରୁ ଜଣାପଡିଛି। ଅଧିକ ଔଷଧ ସେବନ ଯୋଗୁ ମାଂସପେଷୀରେ ଉତ୍ତେଜନା ଅନୁଭବ ହୋଇଥାଏ ଓ ଆପଣ ଶୋଇବାକୁ ଚେଷ୍ଟା କରୁଥିବା ବେଳେ ଅଧା ନିଦରେ ଚମକି ପଡନ୍ତି ଏବଂ ନିଦ ଭାଙ୍ଗିଯାଏ । ଏହା ଛଡା ଗବେଷଣରୁ ଏଭଳି ଚମକିବାର ଆଉ ଗୋଟିଏ କାରଣ ମଧ୍ୟ ଜଣାପଡିଛି । ତାହା ହେଲା ଶରୀରରେ ଆଇରନ ଓ କ୍ୟାଲସିୟମର ଅଭାବ। ଯଦି ଶରୀରରେ ଆଇରନ ଓ କ୍ୟାଲସିୟମ ଅଭାବ ହୁଏ ତେବେ ନିଦରେ ଶୋଇବା ବେଳେ ଏମିତି ଚମକିବାକୁ ପଡେ। ଏଣୁ ବୟସ ବଢିବା ସହ ପିଲାଦିନ ପରି ଲୋକେ ଚମକିପଡି ନିଦରୁ ଉଠିବସନ୍ତି ।

ଏମିତି ଚମକିବା ଗଭୀର ନିଦରେ କମ୍ ହୋଇଥାଏ । ତେବେ ଠିକ ନିଦ ଲାଗିଆସୁଥିବା ବେଳେ ଅଧିକ ହୋଇଥାଏ। ଏଣୁ ପରେ ନିଦ ନ ହେବା ଯୋଗୁ ଲୋକେ ହଇରାଣ ହୋଇଥାନ୍ତି। ଚେଷ୍ଟା କରି ବି ନିଦରେ ଶୋଇ ପାରନ୍ତିନି। କେବେ କେବେ ଠିକ ନିଦ ଲାଗି ଆସୁଥିବା ବେଳେ ଲୋକେ ଉଚ୍ଚରୁ ତଳକୁ ଖସିପଡିବା ଭଳି ମଧ୍ୟ ଅନୁଭବ କରନ୍ତି। ଏଣୁ ଯଦି ନିଶା କରୁଥାନ୍ତି ଓ ଆପଣଙ୍କ ସହ ଏଭଳି ବାରମ୍ବାର ହେଉଥାଏ ତେବେ ତୁରନ୍ତ ନିଶାଭ୍ୟାସ ତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ । ଚମକିବା ଯଦିଓ ରୋଗ ନୁହେଁ ତେବେ ଏକ୍ଷେତ୍ରରେ ଆପଣଙ୍କୁ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ସଙ୍କେତ ଦେଉଛି। ତେଣୁ ସମୟ ପୂର୍ବରୁ ସତର୍କ ହୋଇଗଲେ ପରେ ଅନ୍ୟ ବଡ ସମସ୍ୟାରେ ପଡିବା ଭଳି ପରିସ୍ଥିତି ଉପୁଜି ନଥାଏ।