କପିଳାସ ରୋଡ୍ ନିକଟରେ ଫଲକନୁମା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ
4/10/2018 at 3:18 PM

ଚୌଦ୍ବାର ୪|୧୦: ହାଓ୍ବଡାରୁ ସିକନ୍ଦରାବାଦ ଅଭିମୁଖେ ଯାଉଥିବା ଫଲକନୁମା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । କପିଳାସ ରୋଡ୍ ଏବଂ ଝାଡେଶ୍ବର କଡେଇ ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ପଲକନୁମା ଏକ୍ସପ୍ରେସର ଶେଷ ବଗିଟି ଲାଇନଚ୍ୟୁତ ହୋଇଥିବାରୁ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । ଶେଷ ବଗିଟି ଲଗେଜ୍ ବଗି । ଟାଙ୍ଗି ପୋଲିସ ଓ ଜିଆରପି ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଦୀର୍ଘ ଘଣ୍ଟାଏ ହେଲା ଟ୍ରେନ୍ ଅଟକି ରହିଛି । ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Related Posts
ସାଙ୍ଗ ହେବ ତ ଏମିତି, ଭୂମିକମ୍ପରେ ବି ଏକାଠି
29 May 2022
ଫୁଲ ନୁହେଁ ସାପ ବରମାଳା, ଜୀବନ୍ତ ସାପ ପିନ୍ଧାଇ ବାହାଘର
29 May 2022