ପୁଣି ଧରା ହେଲା ନକଲି ଜର୍ଦ୍ଦା କାରଖାନା, ଜଣେ ଅଟକ

Published By : Prameya-News7 Bureau | December 16, 2020 IST

ଭଦ୍ରକ ୧୬।୧୨: ପୁଣି ଧରା ହେଲା ନକଲି ଜର୍ଦ୍ଦା କାରଖାନା । ଜଣେ ଅଟକ । ଭଦ୍ରକ ଜିଲ୍ଲା  ପୁରୁଣାବଜାର ପୁଲିସ ଦ୍ୱାରା ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢାଉ କରାଯାଇଛି । ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଜର୍ଦ୍ଦା ତିଆରି ରେ ବ୍ୟବହୃତ କେମିକାଲ , ପତି , ଲେବୁଲ ଓ ଖାଲି ଜର୍ଦ୍ଦା ଜବତ ହୋଇଛି । ତିଆରି ରେ ବ୍ୟବହୃତ ଯନ୍ତ୍ରାଂଶ ଜବତ ହେବା ସହ ଜଣେ ଅଭିଯୁକ୍ତ ଅଟକ ହୋଇଛି ।

ସୂଚନା ଅନୁଯାୟୀ ପୁରୁଣାବଜାର ଥାନା ଅଧିନସ୍ଥ ବଡଶଙ୍କରପୁର ଅଞ୍ଚଳର ସାହାନବାଜଙ୍କ ଘରେ ନକଲି ଜର୍ଦ୍ଦା ତିଆରି କାରଖାନା ଚାଲିଥିବା ପୁରୁଣା ବଜାର ପୋଲିସ ଖବର ପାଇଥିଲା । ଥାନାଅଧିକାରୀ ଗଣେଶ୍ବର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ସଦଳବଳେ ଚଢାଉ କରିଥିଲେ । ଏହି ଚଢାଉରେ ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦା,ସାମଗ୍ରୀ ଓ ଯନ୍ତ୍ରାଂଶ ଜବତ କରିବା ସହ କାର୍ଯ୍ୟରତ୍ତ ଥିବା ସେକ କାସିମକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୁରୁଣାବଜାର ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.