Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଅଯୋଧ୍ୟା ରାମଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ ନାଁରେ ନକଲି ଟ୍ବିଟର ଆକାଉଣ୍ଟ, ଗୁଗୁଲ ପେମେଣ୍ଟ ପାଇଁ ଅପିଲ୍

13/04/2020 at 11:34 AM

ନୂଆଦିଲ୍ଲୀ ୧୩।୪: ରାମଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟ ଅପ୍ରେଲ ୧ ତାରିଖରୁ ଆରମ୍ଭ ହେବା ପରେ ହିଁ ଟ୍ରଷ୍ଟ ନାମରେ ଭକ୍ତମାନଙ୍କୁ ଠକିବା ପାଇଁ ଉଦ୍ୟମ ଆରମ୍ଭ ହୋଇଗଲାଣି । ଏହିପରି ଉଦ୍ୟମ  ମାମଲା ସାମ୍ନାକୁ ଆସିବା ପରେ ରାମଜନ୍ମଭୂମୀ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବନସଲ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ଆଇପିସି ଏବଂ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଟ୍ରଷ୍ଟର ମହାସଚିବ କହିଛନ୍ତି ଯେ, ୪ ଦିନ ପୂର୍ବେ ଅପ୍ରେଲ ୮ରେ ସେ ଜାଣାବାକୁ ପାଇଲେ ଯେ ଜଣେ ବ୍ୟକ୍ତି ଟ୍ରଷ୍ଟ ନାଁରେ ଟ୍ବିଟର ଆକାଉଣ୍ଟ ଖୋଲିଛନ୍ତି ଏବଂ ରାମ ମନ୍ଦିର ନିର୍ମାଣ ପାଇଁ ଗୁଗୁଲ ପେମେଣ୍ଟ ପାଇଁ ଅପିଲ କରିଛନ୍ତି । ଏହି ସୂଚନା ମିଳିବା ପରେ ଟ୍ବିଟର ଆକାଉଣ୍ଟର ସବିଶେଷ ତଥ୍ୟ ସନ୍ଧାନ ପରେ ଏହା ମଧ୍ୟ ଜଣାପଡିଛି ଯେ ସଂପୃକ୍ତ ବ୍ୟକ୍ତି ସଂସ୍ଥାର ଲୋଗୋ ବ୍ୟବହାର କରିଛନ୍ତି । ଫଳରେ ତୁରନ୍ତ ସେହି ଆକାଉଣ୍ଟକୁ ବନ୍ଦ କରିବା ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଠକେଇ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରାଯାଇଛି ।

ସୂଚନା ଅନୁସାରେ ରାମଜନ୍ମଭୂମୀ ଟ୍ରଷ୍ଟର ନାମରେ ଏକ ୱେବସାଇଟ୍ ତିଆରି କରି ଏକ ଟ୍ବିଟର ଆକାଉଣ୍ଟ ଖୋଲିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅବିନାଶ ବାହୁଖଣ୍ଡୀ । ଏହି ବ୍ୟକ୍ତି ଦିଲ୍ଲୀରୁ ତାଙ୍କ ଠିକଣା ଦେଇଛନ୍ତି ଏବଂ ମୋବାଇଲ୍ ନମ୍ବର ମଧ୍ୟ ଦେଇଛନ୍ତି । ରାମଜନ୍ମଭୂମୀ ଟ୍ରଷ୍ଟର ମହାସଚିବ କହିଛନ୍ତି ଯେ ରାମ ମନ୍ଦିର ଯେକୌଣସି ସ୍ଥାନରେ ନିର୍ମାଣ ହୋଇପାରିବ ଏବଂ ଅଯୋଧ୍ୟାରେ ମଧ୍ୟ ନିର୍ମାଣ କରାଯାଇପାରିବ । ଏହା ନାଁରେ ଜଣେ ମଧ୍ୟ ଫଣ୍ଡ ସଂଗ୍ରହ କରିପାରିବ । ମାତ୍ର  ରାମଜନ୍ମଭୂମୀ ଟ୍ରଷ୍ଟର ନାମରେ ଠକେଇ କରାଯିବା ଉଚିତ୍ ନୁହେଁ ।

   Related Posts