Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମାଟ୍ରିକ୍ ପରୀକ୍ଷାର ମିଛ ଖବର: ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ, ଦଶମ ପରୀକ୍ଷାର ଫେକ୍ ପ୍ରୋଗ୍ରାମ

25/04/2021 at 2:45 PM

ଭୁବନେଶ୍ୱର ୨୫/୪: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ନକଲି ଟୁଇଟର ଆକାଉଣ୍ଟ । ଏପରି କରିଛନ୍ତି ଜଣେ ଦୁର୍ବୃତ୍ତ । ଦୁର୍ବୃତ୍ତ ଜଣକ ଜୁନ ୧୪ରେ ମାଟ୍ରିକ ପରୀକ୍ଷା ହେବ ବୋଲି ଟୁଇଟରେ ସେୟାର କରିଛି।  ପ୍ରଥମେ ଏହାକୁ ବାତିଲ କରାଯାଇଥିବା ବେଳେ ପରେ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ଯେ, ମାଟ୍ରିକ ପରୀକ୍ଷା ଜୁନ ୧୪-୨୬ ପର୍ଯ୍ୟନ୍ତ ହେବ ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଏଭଳି ଟୁଇଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏନେଇ ତାଙ୍କୁ ସମାଲୋଚନା କରାଯିବା ପରେ ଏବେ ପ୍ରକୃତ ସତ ସାମ୍ନାକୁ ଆସିଛି । କେହି ଜଣେ ଦୁର୍ବୃତ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ନକଲି ଟୁଇଟର ଆକାଉଣ୍ଟ ଖୋଲି ଏଭଳି ଲେଖିଥିବା ଜଣାପଡ଼ିଛି ।

ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ନିଜ ନକଲି ଟୁଇଟର ଆକାଉଣ୍ଟରେ ଟୁଇଟ କରାଯାଇଥିବା ଲେଖାର ସ୍କ୍ରିନସଟ ନେଇ ଅସଲି ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି, କେହି ଜଣେ ବଦମାସ୍‌ ମୋ ନାମରେ ଫେକ୍‌ ଆକାଉଣ୍ଟ୍‌ ଖୋଲି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଛି । ଏସବୁଠୁ ଦୂରେଇ ରୁହିବାକୁ ସମସ୍ତଙ୍କୁ ମୋର ଅନୁରୋଧ ।

   Related Posts