Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ନକଲିଙ୍କୁ ଧରିଲେ ଅସଲି କିନ୍ନର: ଲଣ୍ଡା କରି ସହର ସାରା ବୁଲାଇଲେ, ଚପଲରେ ପିଟିଲେ

12/09/2020 at 3:18 PM

ଲକ୍ଷ୍ନୌ, ୧୨|୦୯:  ଫସର ଫାଟିଲା ନକଲି କିନ୍ନରଙ୍କ ଚାଲ୍ । ଟଙ୍କା ମାଗି ମାଡ ଖାଇଲେ । ଧୁମ୍ ଛେଚିଲେ ଅସଲି କିନ୍ନର । ଏପରିକି ଲଣ୍ଡା କରି ସାରା ସହରରେ ବୁଲାଇଲେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ।

ସୂଚନାନୁସାରେ, ବାଗପତ ଜିଲ୍ଲାର କୋତପଲ୍ଲୀ ସହରରେ ୨ ଜଣ ବ୍ୟକ୍ତି କିନ୍ନର ବେଶରେ ଶନିବାର ସକାଳେ ବାହାରେ ବୁଲୁଥିଲେ । ଏପରିକି କିଛି ବ୍ୟକ୍ତିଙ୍କୁ ଟଙ୍କା ପଇସା ମାଗୁଥିଲେ । ଏନେଇ ଅସଲି କିନ୍ନରଙ୍କୁ ଖବର ମିଳିଥିଲା । କିନ୍ତୁ ପରେ ଜଣାପଡିଥିଲା ଯେ ସେମାନେ ନକଲି କିନ୍ନର । ଅସଲି କିନ୍ନରମାନେ ଏହା ଦେଖି ନକଲିଙ୍କୁ ଧରିବା ସହ ଧୁମ୍ ମାଡ ମାରିଥିଲେ । ଏପରିକି ସେମାନଙ୍କୁ ଲଣ୍ଡା କରି ସହର ସାରା ବୁଲାଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

କେବଳ ଏତିକି ନୁହେଁ ନକଲିଙ୍କୁ ଅସଲି କିନ୍ନରମାନେ ପୋଲିସ ଷ୍ଟେସନ ନେବା ସହ ପୋଲିସ ସାମ୍ନାରେ ମଧ୍ୟ ଚପଲରେ ମାଡ ମାରିଥିଲେ ।  ଯାହାର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା ।

କୁହାଯାଉଛି ଯେ, ଏହି ନକଲି କିନ୍ନରଙ୍କୁ ପ୍ରଥମେ ମାଡ ମରାଯାଇଥିଲା । ପରେ ସେମାନଙ୍କୁ ଲଣ୍ଡା କରାଯାଇ ଅସଲି କିନ୍ନରମାନେ ସହର ସାରା ବୁଲାଇଥିଲେ । ପୋଲିସର ମଧ୍ୟ ୨ ନକଲି କିନ୍ନରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

   Related Posts