Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଘରେ ଚାଲିଥିଲା ନକଲି ଜର୍ଦ୍ଦା ପ୍ରସ୍ତୁତି: ପୋଲିସ ଚଢାଉ ବିପୁଳ ପରିମାଣର ସାମଗ୍ରୀ ଜବତ , ଜଣେ ଗିରଫ

15/10/2020 at 9:32 AM

ଭଦ୍ରକ ୧୫।୧୦: ଭଦ୍ରକରୁ ପୁଣି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଭଦ୍ରକ ପୁରୁଣା ବଜାର ପୋଲିସ ପକ୍ଷରୁ ଚଢାଉ କରାଯାଇଛି ନକଲି ଜର୍ଦ୍ଦା ଜବତ କରାଯାଇଛି ।

ଖବର ଅନୁଯାୟୀ, ପୁରୁଣା ବଜରା ଥାନା ବଡ଼ ଶଙ୍କରପୁର ନିକଟରେ ଏକ ଘର ଭିତରେ ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଉଥିଲା । ଯାହାର ଖବର ପୋଲିସ ପାଇବାର ପରେ ସଂପୃକ୍ତ ଘରେ ଚଢାଉ କରିଥିଲା । ଚଢାଉ କରି ଘର ଭିତରୁ ବେଆଇନ ନକଲି ଜର୍ଦ୍ଦା ଓ ସେଥିରେ ବ୍ୟବହୃତ ସାମଗ୍ରୀ ସବୁକୁ ଜବତ କରାଯାଇଛି । ବେଆଇନ ନକଲି ଜର୍ଦ୍ଦା ପ୍ରସ୍ତୁତ ହୋଇ ପ୍ୟାକିଂ କରାଯାଉଥିଲା ।

ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ତେବେ  ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ସେକ ସାହିଦ କାଦରୀଙ୍କୁ ଗିରଫ କରାଯାଇଛି । ପୁରୁଣା ବଜାର ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ନକଲି ଜ଼ର୍ଦ୍ଦା ପ୍ରସ୍ତୁତ କରାଯାଉ ଥିବା ବେଳେ ଭଦ୍ରକ ଏସପିଙ୍କ ନିର୍ଦ୍ଦେଶରେ ଚଢ଼ାଉ ଜାରିରହିଛି । ପୂର୍ବରୁ ମଧ୍ୟ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ଜର୍ଦ୍ଦା ଓ ଗୁଟ୍‌ଖା କାରଖାନା ଠାବ ହୋଇଛି ।

   Related Posts