ଗାର୍ଲଫ୍ରେଣ୍ଡ ପାଇଁ ନିଜ କମ୍ପାନୀରୁ ୮ଲକ୍ଷ ଟଙ୍କା ହଡ଼ପ : ଏମବିଏ ଡିଗ୍ରୀଧାରୀ ଯୁବକର ମାଷ୍ଟର ପ୍ଲାନରେ ପୋଲିସ୍ ବି ତାଜୁବ୍

Published By : Prameya-News7 Bureau | May 29, 2020 IST

ହାଇଦ୍ରାବାଦ ୨୯/୫: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଏକ ଏପରି ମାମଲା ସାମନାକୁ ଆସିଛି,ଯେଉଁଠାରେ ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡଙ୍କ ପାଇଁ ୮.୫୧ଲକ୍ଷ ଟଙ୍କା ଚୋରି କରିଛି। ସେ ଏହି ଟଙ୍କା ନିଜ କମ୍ପାନୀରୁ ହିଁ ଚୋରି କରିଛି। ଏଥିପାଇଁ ସେ ଏପରି ଯୋଜନା କରିଥିଲା ଯେ ପୋଲିସ୍ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ।

ଏମବିଏ ଗ୍ରାଜୁଏଟ୍ ଅଭିଯୁକ୍ତ ଏଠାରେ ଏକ ପେପର ମିଲରେ କାମ କରୁଥିଲା। ମେ ୨୫ତାରିଖରେ ସେ ନିଜ କମ୍ପାନୀର ଭିନ୍ନ ଭିନ୍ନ ଏଜେଣ୍ଟ ସହ ଯୋଗାଯୋଗ କରିଥିଲା। ଏହା ପରେ ସେ ପ୍ରତ୍ୟେକ ଏଜେଣ୍ଟଠାରୁ ଟଙ୍କା ନେଇ ୮.୫୧ଲକ୍ଷ ଟଙ୍କା ଏକାଠି କରିଥିଲା। ଏହି ଟଙ୍କା ନେଇ ସେ ଫେରାର ହୋଇ ଯାଇଥିଲା।

ଏହା ପରେ ଅଭିଯୁକ୍ତ ହିଁ ପୋଲିସ୍ ନିକଟରେ ଅଭିଯୋଗ କରିଥିଲା ଯେ ତାଙ୍କଠୁ କେତେକ ବ୍ୟକ୍ତି ଟଙ୍କା ଲୁଟି ନେଇଛନ୍ତି। ଅଭିଯୁକ୍ତର ଅଭିଯୋଗ ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଏହା ପରେ ଘଟଣାର ଖୁଲାସା ହୋଇଥିଲା।

ପୋଲିସ୍ କହିଥିଲା ଯେ ଯେତେବେଳେ ତଦନ୍ତ ଆରମ୍ଭ ହୋଇଥିଲା ସେତେବେଳେ ଧୀରେ ଧୀରେ ଯୁବକ ଉପରେ ସନ୍ଦେହ ହୋଇଥିଲା। ଏହା ପରେ ସେ ନିଜେ ଏସବୁ କରିଥିବା ମାନିଯାଇଥିଲା। ବର୍ତ୍ତମାନ ପୋଲିସ୍ ଅଭିଯୁକ୍ତ ନିକଟରୁ ସମସ୍ତ ନଗଦ ଜବତ କରି ତାକୁ ଗିରଫ କରିଛି।

ପୋଲିସ୍ ଏହା ମଧ୍ୟ କହିଥିଲା ଯେ ଅଭିଯୁକ୍ତର ଗାର୍ଲଫ୍ରେଣ୍ଡ ଗୁରୁତର ଅସୁସ୍ଥ ଅଛନ୍ତି ଏବଂ ଯୁବକ ପାଖରେ ଚିକିତ୍ସା କରିବାକୁ ଆବଶ୍ୟକ ସମ୍ବଳ ନାହିଁ। ଏଥିପାଇଁ ଯୁବକ ଟଙ୍କା ପାଇଁ ନକଲି ଲୁଟର ଯୋଜନା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.