Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅସଲି ହାତରେ ଧରାପଡିଗଲେ ନକଲି : ଚାନ୍ଦା ଆଦାୟ ବେଳେ ନକଲି ତହସିଲଦାର ଗିରଫ, ବୋଲେରୋ ସହ ୨ ଗିରଫ

6/07/2021 at 3:05 PM

ଢେଙ୍କାନାଳ ୬।୭: ନିଜକୁ ତହସିଲଦାର ପରିଚୟ ଦେଇ ସାଥୀମାନଙ୍କ ସହ ମିଶି କରୁଥିଲେ ଚାନ୍ଦା ଆଦାୟ । ଏନ ଏଚ-୫୫ରେ ଯାଉଥିବା ବିଭିନ୍ନ ପଥର, ବାଲି ଓ ମେଟାଲ ବୋଝେଇ ଟ୍ରକମାନଙ୍କୁ କରୁଥିଲେ ଟାର୍ଗେଟ୍ । କିନ୍ତୁ ଏହି ନକଲି ତହସିଲଦାର ଓ ତାଙ୍କସ ସାଥୀମାନେ ଅସଲି ପୋଲିସ ହାବୁଡ଼ରେ ପଡି ଗିରଫ ହୋଇଛନ୍ତି । ଢେଙ୍କାନାଳ ଟାଉନ ପୋଲିସ ଏପରି ଘଟଣାରେ ଏକ ବୋଲେରୋକୁ ଜବତ କରିଥିବା ସହ ୨ ଜଣଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ଫେରାର ହୋଇଯାଇଛି ।

ଗିରଫ ୨ ଜଣ ସଦର ଥାନା ଅନ୍ତର୍ଗତ ସିଆରିଆ ଗ୍ରାମର ଅଶ୍ବିନୀ ଧଳ ଓ କାଳୁ ଦୋରା ବୋଲି ଜଣାପଡିଛି । ନିଜକୁ ତହସିଲଦାର ଓ ତହସିଲ ଅଫିସ କର୍ମଚାରୀ ଭାବେ ନକଲି ପରିଚୟ ଦେଇ ଏମାନେ ୫୫ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସହର ଉପଖଣ୍ଡ ଆନନ୍ଦ ନଗର ନିକଟରେ ବିଭିନ୍ନ ଟ୍ରକରୁ ଚାନ୍ଦା ଆଦାୟ କରୁଥିଲେ ।

ତେବେ ସୋମବାର ରାତିରେ ଗୁଡିଆ କାଟେଣି ଅଞ୍ଚଳରୁ ମେଟାଲ ବୋଝେଇ କରି ଜଗତସିଂହପୁରର ରଘୁନାଥପୁର ଅଞ୍ଚଳକୁ ଯାଉଥିବା ଟ୍ରକକୁ ଅଟକାଇ ଚାନ୍ଦା ଆଦାୟ କରୁଥିବାବେଳେ ଖବର ପାଇ ଟାଉନ ପୋଲିସ ପହଞ୍ଚି ସେମାନଙ୍କୁ କାବୁ କରିଛି । ତେବେ ୨ ଜଣ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ଟାଉନ ଥାନା ଅଧିକାରୀ  ପ୍ରକାଶ କରିଛନ୍ତି ।

   Related Posts