ମାଳ ମାଳ ନକଲି ଶିକ୍ଷକ ଚିହ୍ନଟ : କିନ୍ତୁ ଏବେ ସୁଦ୍ଧା ନୋ ଆକ୍ସନ୍
24/02/2020 at 5:21 PM

ଗଞ୍ଜାମ ୨୪/୨: ଗଲା ୬ମାସ ଭିତରେ ଗଞ୍ଜାମ ଜିଲ୍ଲାରେ ୪୦ରୁ ଅଧିକ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରୁଜୁ କରିଛି ଶିକ୍ଷା ବିଭାଗ । ହେଲେ ଆଜି ପର୍ଯ୍ୟନ୍ତ ନା’ ସେମାନଙ୍କୁ ଗିରଫ କରାଯାଇଛି, ନା ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଗଞ୍ଜାମ ଜିଲ୍ଲାରେ ମାଳ ମାଳ ନକଲି ଶିକ୍ଷକଙ୍କୁ ଚିହ୍ନଟ କରିଛି ଶିକ୍ଷା ବିଭାଗ । ଗଲା ୬ମାସ ଭିତରେ ଫେକ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ୪୦ରୁ ଅଧିକ ଶିକ୍ଷକଙ୍କ ବିରୋଧରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ବର୍ଷ ବର୍ଷ ଧରି ଏମାନେ ଫେକ୍ ସାର୍ଟିଫିକେଟ୍ ଦେଇ ଚାକିରି କରି ଲକ୍ଷ ଲକ୍ଷ ଟଙ୍କାର ଦରମା ଉଠାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନା’ ଏହି ନକଲି ଶିକ୍ଷକଙ୍କୁ ଗିରଫ କରାଯାଇଛି ନା’ ନା ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଜିଲ୍ଲାରେ ଆହୁରି ଅନେକ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଂଚ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ବୋର୍ଡ଼ କାର୍ଯ୍ୟାଳୟକୁ ପଠାଯାଇଥିବା ଜଣାପଡ଼ିଛି । ତେବେ ନକଲି ଶିକ୍ଷକଙ୍କ ବିରୋଧରେ ଆକ୍ସନକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ପୋଲିସ ପ୍ରଶାସନ ଉପରେ ଦୋଷ ଲଦୁଥିବା ବେଳେ ତଦନ୍ତର ଦ୍ବାହି ଦେଇଛି ପୋଲିସ ।
