ଗଞ୍ଜାମ ଜିଲ୍ଲାରେ ପୁଣି ନକଲି ଶିକ୍ଷକ ଚିହ୍ନଟ, ନକଲି ସାର୍ଟିଫିକେଟ୍ ଦେଇ କରୁଥିଲେ ଚାକିରୀ

Published By : Prameya-News7 Bureau | January 10, 2020 IST

ଗଞ୍ଜାମ ୧୦|୦୧:   ଗଞ୍ଜାମ ଜିଲ୍ଲାରେ ପୁଣି ଥରେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଦିନ ୮ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍ ଫେକ୍ ଥିବା ଜଣାପଡିଛି। ବାଣୀବିହାରରେ ବିଇଡି ସାର୍ଟିଫିକେଟ ଦାଖଲ କରିଥିବା ୧୩ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଜିଲ୍ଳା ଶିକ୍ଷା ଅଧିକାରୀ ପଠାଇଥିଲେ । ଯେଉଁଥିରେ ୮ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଫେକ୍ ଥିବା ବେଳେ ଜଣେ ଫେଲ୍ ହୋଇଥିବା ଜଣାପଡିଛି। ସଂପୃକ୍ତ ଶିକ୍ଷକମାନଙ୍କ ବିଋୋଧରେ ମାମଲା ରୁଜୁ କରିବାକୁ ବ୍ଳକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଛି। ଏନେଇ ସୂଚନା ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଫେକ୍ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.