ନକଲି ଆଇଏଏସ ଅଫିସର ପରେ ଧରାପଡିଛନ୍ତି ନକଲି ଉପଜିଲ୍ଲାପାଳ

Published By : Prameya-News7 Bureau | June 20, 2018 IST

ନକଲି ଆଇଏଏସ ଅଫିସର ପରେ ଧରାପଡିଛନ୍ତି ନକଲି ଉପଜିଲ୍ଲାପାଳ । ନିଜକୁ କଟକ ଉପଜିଲ୍ଲାପାଳ କହି ଲୋକଙ୍କୁ ଠକୁଥିଲେ । ହେଲେ ଚୋର  ସବୁଦିନ ଅନ୍ଧାରରେ  ନଥାଏ । ଶେଷରେ ନକଲି ବାବୁ ପୋଲିସ ହାତରେ ଧରାପଡିଛନ୍ତି । ବୋଲେରୋ ଗାଡିରେ ON DUTY SUB COLLECTER, CTC, KENDUPATTA  ଲେଖା ଥିଲା । ସେଥିରେ ଥିବା  ୨ ଜଣ ବ୍ୟକ୍ତି ଫୁଲନଖରା ନିଆଳି ରାସ୍ତା ଓ NH-5 ରେ ଭାରିଯାନ ଅଟକାଇ କାଗଜପତ୍ର ଯାଞ୍ଚ ଆଳରେ ଟଙ୍କା ଲୁଟୁଥିଲେ । ସେମାନଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରି ପୋଲିସ ନଜର ରଖିଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଉଭୟ ଏକ ଟ୍ରକକୁ ଅଟକାଇ କାଗଜପତ୍ର ଯାଞ୍ଚ କରୁଥିବାବେଳେ ପାହାଲ ପୋଲିସ ନଖରା ନିକଟରେ ୨ ଜଣଙ୍କୁ ମାଡି ବସିଥିଲା । ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଟକ ବ୍ୟକ୍ତି ସ୍ଥାନୀୟ ଅରଡିଆପଦା ଗାଁର ବସନ୍ତ ପରିଜା ଏବଂ ଅନ୍ୟଜଣକଙ୍କ ନାମ ଜଣାପଡିନି । ତେବେ ଦୁହେଁ କିଛି ଦିନ ଧରି ଏପରି କାରନାମା କରିଆସୁଥିବା ଜଣା ପଡିଛି ।  ଏମାନଙ୍କ ଲିଙ୍କ୍ ଏବଂ ସେମାନଙ୍କ ଆଉ କିଏ ସହଯୋଗୀ ଅଛନ୍ତି , ସେ ନେଇ ପୋଲିସ ଛାନଭିନ୍  ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.