ରାଜଧାନୀର ବିଭିନ୍ନ ନକଲି କାରଖାନାରେ ରେଡ୍‌, ପୋକ ସାଲୁବାଲୁ ଆଚାର ସହ ବିଭିନ୍ନ ପ୍ରକାର ସସ୍‌ ଜବତ

Published By : Prameya-News7 Bureau | January 20, 2021 IST

ଭୁବନେଶ୍ବର ୨୦।୦୧ : ପୁଣି ନକଲି କାରଖାନା ଠାବ । ରାଜଧାନୀରେ ନକଲି ଆଚାର ଓ ସସ୍‌ କାରଖାନା ଠାବ ହୋଇଛି । ଭୁବନେଶ୍ୱରର ନିକଟରେ ଥିବା ପାହାଳ ନିକଟରେ ଠାବ ହୋଇଛି ନକଲି ସସ୍‌ କାରଖାନା । ପାହାଳ ନିକଟରେ ଚାଲିଥିଲା ନକଲି କାରଖାନା ।

ଖବର ଅନୁଯାୟୀ, ପାହାଳ ନିକଟରେ ଏହି ନକଲି କାରଖାନା ଚାଲୁଥିଲା । ଯାହାର ଖବର ସ୍ପେଶାଲ ସ୍କ୍ୱାର୍ଡ ନିକଟରେ ପହଞ୍ଚିଥିଲା । ଖବର ପାଇବା ପରେ ଉକ୍ତ କାରଖାନାରେ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏହି ଚଢାଉରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଠାବ ହୋଇଛି । ଏପରିକି ପୋକ ସାଲୁବାଲୁ ଆଚାର ସହ ବିଭିନ୍ନ ପ୍ରକାର ସସ୍‌ ମଧ୍ୟ ଜବତ ହୋଇଛି । ଚଢାଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ସାମିଲ ମଧ୍ୟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ କିଛି ଦିନ ହେଲା ନକଲି ଖାଦ୍ୟ ସାମଗ୍ରୀ କାରଖାନାରେ ଚଢାଉ ଜାରି ରହିଛି । ପ୍ରଥମେ କଟକ ପରେ ଭୁବନେଶ୍ୱର , ଏବଂ ସମ୍ବଲପୁର ଓ ଯାଜପୁରରୁ ନକଲି କାରଖାନା ଠାବ ହୋଇଛି । ଏହିସବୁ କାରଖାନାରୁ ବିପୁଳ ପରିମାଣ ନକଲି ସାମଗ୍ରୀ ଜବତ ହୋଇଛି । ଯେଉଁଠାରେ ନକଲି ସାମଗ୍ରୀକୁ କିଛି ପ୍ରତିଷ୍ଠିତ କମ୍ପାନୀର ଲୋଗୋ ମରାଯାଉଛି, ଏବଂ ବଜାରକୁ ଛଢାଯାଉଛି । ଯାହାଫଳରେ କି ଖାଉଟିଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.