Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନକଲି RTO ଗିରଫ

2/08/2018 at 12:11 PM

ବଡବିଲ ପୋଲିସ ନକଲି RTOକୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ବଡବିଲ ବାଇପାସ୍ ରୋଡ ଅଞ୍ଚଳର ଇମରାନ୍ ଖାନ । ନିଜକୁ RTO ପରିଚୟ ଦେଇ ଇମରାନ୍ ଖାନ୍ ଟ୍ରକ ଡ୍ରାଇଭରଙ୍କଠାରୁ ଟଙ୍କା ଆଦାୟ କରୁଥିଲା । ତା ନିକଟରୁ ଗୋଟିଏ ବାଇକ୍, ନଗଦ୧୪୫୦ଟଙ୍କା, ନକଲି ରସିଦ ବହି ଏବଂ ଗାଡ଼ି ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଜବତ୍ କରିଛି । ଅଭିଯୁକ୍ତ ଇମରାନ୍, ବଡ଼ବିଲ-ଭଦ୍ରାସାହି ରାସ୍ତାରେ ଟ୍ରକ ଅଟକାଇ ଡ୍ରାଇଭରଙ୍କଠାରୁ ୫ଶହ ଟଙ୍କା ନେଉଥିଲା । ତବେ ପ୍ରତି ବଦଳରେ ସେମାନଙ୍କୁ ଏକ ଜୁସ୍ ଦୋକାନର ରସିଦ ଦେଉଥିଲା । ଲୋକଙ୍କ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆଜି ନକଲି RTO ଇମ୍ରାନକୁ ଗିରଫ କରିଛି ।

   Related Posts