୫ ହଜାର ଟଙ୍କା ଦେଲେ ଫାଷ୍ଟକ୍ଲାସରେ ପାସ କରାଇଦେବାକୁ ଯୁକ୍ତଦୁଇ ପରୀକ୍ଷା ଦେଇଥିବା ପିଲାଙ୍କୁ ଆସୁଛି ଫୋନ କଲ, ପୋଲିସ ଆରମ୍ଭ କଲା ଖୋଳତାଡ

Published By : Prameya-News7 Bureau | May 16, 2019 IST

ବ୍ରହ୍ମପୁର୧୬|୫: ଗୋଟେପଟେ ମେ’ ମାସ ଶେଷ ସୁଦ୍ଧା ପ୍ଲସ୍‌ ଟୁ ରେଜଲ୍ଟ ବାହାରିବ । ସେପଟେ ଫେକ୍‌ ଫୋନ୍‌ କଲ ପରୀକ୍ଷାର୍ଥୀଙ୍କ ନିଜ ହଜାଇ ଦେଲାଣି । ଯୁକ୍ତି ଦୁଇ ବିଜ୍ଞାନ ପରୀକ୍ଷାରେ ଟଙ୍କା ବଦଳରେ ପାସ୍‌ କରାଇଦେବାକୁ ଆସୁଥିବା ଫୋନ୍‌ କଲ୍‌କୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ଏଭଳି ଫୋନ୍‌ କଲ୍‌ ଆସୁଥିବା ଜଣାପଡ଼ିଛି । ଏନେଇ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

{"id":112595}

ସେପଟେ ଖାତା ଦେଖାରେ ପରୀକ୍ଷାର୍ଥୀଙ୍କ ସମସ୍ତ ବିବରଣୀ ଓ ମୂଲ୍ୟାଙ୍କନକୁ ନେଇ ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷା କରାଯାଉଥିବାରୁ ଏଭଳି ଫେକ୍‌ ଫୋନ୍‌ କଲ୍‌କୁ ନେଇ କୌଣସି ପରୀକ୍ଷାର୍ଥୀ ବିବ୍ରତ ନହେବାକୁ ପରାମର୍ଶ ଦେଇଛନ୍ତି କାଉନସିଲ୍‌ କର୍ତ୍ତୃପକ୍ଷ ।

{"id":112596}

ରେଜଲ୍ଟ ବାହାରିବା ପୂର୍ବରୁ ଏଭଳି ଫୋନ୍‌ କଲ ପ୍ଲସ୍‌ ଟୁ ବିଜ୍ଞାନ ପରୀକ୍ଷାର୍ଥୀଙ୍କ ନିଦ ହଜାଇଦେଇଛି । ଫାଷ୍ଟ କ୍ଲାସ୍‌ ପାଇଁ ୫ହଜାର । ପାସ୍‌ କରାଇଦେବାକୁ ଅଢ଼େଇ ହଜାର । ଆଉ ମାର୍କ ବଢ଼ାଇବାକୁ ୧୫ଶହ । ହିନ୍ଦି ଭାଷାରେ ଆସୁଥିବା ଏଭଳି ଫୋନ୍‌ କଲକୁ ନେଇ ଏବେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ଜୋର୍‌ ଧରିଛି ଚର୍ଚ୍ଚା ।

{"id":112597}

ମେ’ ମାସ ୩୦ ତାରିଖ ସୁଦ୍ଧା ପ୍ଲସ୍‌ ଟୁ ରେଜଲ୍ଟ ବାହାରିବ ବୋଲି କାଉନସିଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ଖାତା ଦେଖା ସମୟରେ ଏଭଳି ଫୋନ କଲ ପରୀକ୍ଷାର୍ଥୀ ତଥା ସେମାନଙ୍କ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି । ତୁରନ୍ତ ଏଭଳି ଘଟଣାର ତଦନ୍ତ ପାଇଁ ଦାବି କରିଛି ବୁଦ୍ଧିଜୀବୀ ମହଲ ।

{"id":112598}

ଅଭିଯୋଗକୁ ଗୁରତ୍ବର ସହ ନେଇଛନ୍ତି କାଉନସିଲ୍‌ କର୍ତ୍ତୃପକ୍ଷ । ବର୍ତ୍ତମାନ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ଅତ୍ୟନ୍ତ ଗୋପନୀୟତା ଅବଲମ୍ବନ କରାଯାଉଛି । ତେଣୁ ଏଭଳି ଫୋନ୍‌ କଲ ଦ୍ବାରା କୌଣସି ପରୀକ୍ଷାର୍ଥୀ ବିବ୍ରତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ସେପଟେ ଏହି ଘଟଣାରେ ଆକ୍ସନକୁ ଆସିଛି ବ୍ରହ୍ମପୁର ପୋଲିସ ।

{"id":112601}

ଫୋନ୍‌ କଲ୍‌ ସମ୍ପର୍କରେ ପୋଲିସକୁ ଜଣାଇବାକୁ ଅପିଲ୍‌ କରିଛନ୍ତି ଏସପି ପିନାକ ମିଶ୍ର । ଏଥି ସହ ଘଟଣା ସମ୍ପର୍କରେ ସାଇବର ସେଲ୍‌ ଅଧିକାରୀଙ୍କ ସହ ଆଲୋଚନା କରି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ବାସନା ଦେଇଛନ୍ତି ।

{"id":112599}

ପରୀକ୍ଷାଫଳ ପ୍ରକାଶ ପୂର୍ବରୁ କୌଣସି ଦୁର୍ବୃତ୍ତ ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା ହଡ଼ପ କରିବାକୁ ଏଭଳି ଯୋଜନା କରିଥାଇପାରନ୍ତି । ତେଣୁ ଏଥି ପ୍ରତି ସତର୍କ ଓ ସଚେତନ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି । ନଚେତ୍‌ ଠକାମୀର ଶିକାର ହେବା ସମ୍ଭାବନା ରହିଛି ।

{"id":112600}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.