ସାନଖେମୁଣ୍ଡିରେ ଅପମିଶ୍ରିତ ପେଟ୍ରୋଲ ଓ ଡିଜେଲ କାରଖାନା ଠାବ

Published By : Prameya-News7 Bureau | July 19, 2018 IST

ସାନଖେମୁଣ୍ଡି ଭାଲିଆଝୋଲ ଛକ ନିକଟରେ ଏକ ଅପମିଶ୍ରିତ ପେଟ୍ରୋଲ ଓ ଡିଜେଲ କାରଖାନା ଠାବ ହୋଇଛି | ୫୦୦ ଲିଟରରୁ ଅଧିକ କିରୋସିନ, ଡିଜେଲ ସମେତ ଅପିଆମିଶରଣରେ ବ୍ୟବହୃତ ରସାୟନ ସାମଗ୍ରୀ ଜବତ ହୋଇଛି | ବହୁ ଦିନ ଧରି ଏଠାରେ ଏହି ଅପମିଶ୍ରିତ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଥିଲା | ବ୍ରହ୍ମପୁର ଉପଜିଲ୍ଲାପାଳ ଇ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ କରାଯାଇଥିଲା | ଚଢ଼ାଉରେ ଯୋଗାଣ ବିଭାଗ ଅଧିକାରୀ ମଧ୍ୟ ସାମିଲ ଥିଲେ | ଘଟଣାସ୍ଥଳରୁ ଅସାଧୁ ବ୍ୟବସାୟୀ ଫେରାର ହୋଇଯାଇଛନ୍ତି | ତେବେ କାରଖାନାକୁ ପ୍ରଶାସନ ସିଲ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.