Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

ଜାଲ୍ ନୋଟ୍ କାରବାର କରୁଥିବା ମହିଳା ଗିରଫ, ୪ଟି ୨ ହଜାର ଟଙ୍କିଆ ନୋଟ୍ ଜବତ

6/08/2020 at 9:59 AM

ଗୁଣୁପୁର ୬।୮: ଜାଲନୋଟ୍ କାରବାରରେ ଜଣେ ମହିଳାକୁ ଗିରଫ କରିଛି ଗୁଣୁପୁର ପୋଲିସ । ଗିରଫ ମହିଳାଙ୍କ ନାମ ରେହମନ୍ ବିବି । ମହିଳା ଜଣଙ୍କ ୪ଟି ୨ ହଜାର ଟଙ୍କିଆ ଜାଲ୍ ନୋଟ୍ ନେଇ ଗୁଣୁପୁର ପୁରୁଣା ବସଷ୍ଟାଣ୍ଡର ଏକ କ୍ଷୀର ଦୋକାନରୁ କ୍ଷୀର କିଣି ଜାଲ୍ ନୋଟ୍ ଦେଇଥିଲେ । ଏପରିକି ଏହି ୨ ହଜାର ଟଙ୍କା ଜାଲ୍ ନୋଟ୍ କୁ ଖୁଚୁରା କରିବା ପାଇିଁ ଚେଷ୍ଟା କରିଥିଲେ । ଫଳରେ ବ୍ୟବସାୟୀ ଜାଣିପାରି ପାଟି କରିଥିଲେ ।

ଗୁଣୁପୁର ପୋଲିସ ଏହି ବିଷୟରେ ଜାଣିପାରି ମହିଳାଙ୍କୁ କାବୁ କରିବା ସହ ତାଙ୍କଠାରୁ ନୋଟ୍ ଗୁଡିକୁ ଜବତ କରିବା ପାଇିଁ ଚେଷ୍ଟା କରିଥିଲେ । ଗିରଫ ମହିଳା ସେହି ଜାଲ୍ ନୋଟ୍ କୁ ସଙ୍ଗେସଙ୍ଗେ ଚିରିଦେଇଥିଲେ । ଏ ନେଇ ପୋଲିସ ମହିଳାକୁ ପଚରାଉଚରା କରି ଗିରଫ କରିବା ସହ ମହିଳାଙ୍କ ଗୁଣୁପୁର ଡେରାସାହିର ରହିଥିବ ଘର ଓ ତାଙ୍କ ସ୍ବାମୀ କରିଥିବା ଏକ ସିଟ୍ ଓ୍ବାର୍କ ଦୋକାନରେ ପୋଲିସ ଚଢାଉ କରିଥିଲେ । ଚଢାଉ କରି ଯାଞ୍ଚ କରିଥିଲା ପୋଲିସ । ଦୋକାନ ଓ ଘରୁ କିଛି ଜାଲ୍ ନୋଟ୍ ମିଳିନଥିବା ନେଇ ସୂଚନା ରହିଛି ।

କେବଳ ୪ଟି ୨୦୦୦ ଟଙ୍କିଆ ଜାଲ୍ ନୋଟ୍ କୁ ଜବତ କରିଛି ପୋଲିସ । ଏଥିରେ କିଛି ନୋଟ୍ ଗିରଫ ମହିଳା ଚିରିଦେଇଛନ୍ତି । ଏନେଇ ପୋଲିସ ଅଧିକା ତଦନ୍ତ କରୁଥିବା ଜଣାପଡିଛି । ଏହି ଜାଲ୍ ନୋଟ୍ କାରବାରରେ ଚେର ଲମ୍ବି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

   Related Posts