ଜାଲ୍ନୋଟ୍ କାରବାରର ପର୍ଦ୍ଦାଫାଶ କଲା ପୋଲିସ, ତିନି ଜଣଙ୍କୁ ଗିରଫ ସହ ଟଙ୍କା ଜବତ
6/03/2020 at 9:16 PM

ବରଗଡ଼ ୦୬।୦୩ : ବରଗଡରେ ଦୀର୍ଘ ଦିନରୁ ଚାଲିଥିବା ଏକ ଜାଲ୍ ନୋଟ୍ କାରବାରକୁ ଶେଷରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ ଟିମ ଧରିବାରେ ସଫଳ ହୋଇଛନ୍ତି । ଏହି କାରବାରରେ ସଂପୃକ୍ତ ଥିବା ତିନି ଜଣ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ବ୍ୟକ୍ତିମାନଙ୍କ ଠାରୁ ୨ ଲକ୍ଷ ୬୦୦ ଟଙ୍କା ଜାଲନୋଟ ଜବତ କରିଛି ।

ଏସ୍ଟିଏଫ ଟିମ୍ ଦ୍ବାରା ଗିରଫ ହୋଇଥିବା ବ୍ୟକ୍ତିମାନେ ଛତିଶଗଡ଼ର ମଙ୍ଗଲୁ ମାଲଖାର, ବରଗଡ଼ ଭଟଲି ଛକରେ ରହୁଥିବା କଟକର ସୁଦର୍ଶନ ମାହାନ୍ତି , ଓ ପ୍ରଫୁଲ୍ଲ ମେହେର । ଏସ୍ଟିଏଫର ଏକ ୭ ଜଣିଆ ଟିମ ଡି.ଏସ.ପି ଅରୁଣ ସାହୁଙ୍କ ନେତୃତ୍ବରେ ଆସି ବରଗଡ଼ ଟାଉନ ଥାନା ରେ ଘଟଣାର ତଦନ୍ତ ଆରମ୍ଭ ରଖିଛନ୍ତି ।