Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନୟାଗଡ ସହରରେ ନକଲି ନୋଟ୍ କାରବାର, ମିଳିଲା ୨୦୦ଟଙ୍କିଆ ନୋଟ୍

1/07/2020 at 2:40 PM

ନୟାଗଡ ୧।୭: କେନ୍ଦ୍ର ସରକାର ନକଲି ଟଙ୍କାକୁ ଧରିବା ପାଇଁ ନୋଟ୍ ବନ୍ଦୀ କରିବାର କେଇ ବର୍ଷ ନଯାଉଣୁ ନୟାଗଡ ସହରରେ ନକଲି ଦୁଇ ଶହ ଟଙ୍କିଆ ନୋଟ୍ ଏବେ ବୁଲିବା ଆରମ୍ଭ କରିବାର ନଜରକୁ ଆସିଛି । ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖ ଗଳିରେ ଥିବା ଏକ ମସଲା ଦୋକାନରେ ମଙ୍ଗଳବାର ଏଭଳି ଏକ ନକଲି ଦୁଇ ଶହ ଟଙ୍କିଆ ନୋଟ୍ ଟି ଦେଇ କେହି ସଉଦା ନେଇ ଚମ୍ପଟ ମାରିଛି । ଉକ୍ତ ଟଙ୍କାଟିକୁ ଚିହ୍ନି ନପାରି ଦୋକାନୀ ନିଜ ବାକ୍ସରେ ରଖିଦେଇଥିଲେ ।

ବୁଧବାର ସେହି ନକଲି ଟଙ୍କାଟିକୁ ଦୋକାନୀ ମହାଜନକୁ ଦେଇଥିଲେ । ମହାଜନ ଟଙ୍କା ନେଇ ଦୋକାନୀଠାରୁ ମାତ୍ର ୨୦ ହାତ ଦୂରରେ ଥିବା ବ୍ୟାଙ୍କକୁ ଜମା ଦେବାକୁ ଯାଇଥିଲେ  । ସେଠାରେ ଟଙ୍କା ଜମାଦେବା ସମୟରେ ବ୍ୟାଙ୍କ କର୍ମଚାରୀ ଜଣଙ୍କର ନକଲି ନୋଟଟି ଉପରେ ସନ୍ଦେହ ହୋଇଥିଲା  । ଫଳରେ କର୍ମଚାରୀ ଜଣଙ୍କ ସେହି ନକଲି ନୋଟଟିକୁ ପରୀକ୍ଷା କରିବା ପାଇଁ ଦେଇଥିଲେ  । ବ୍ୟାଙ୍କରେ ଥିବା ମେସିନରେ ଦେଖିବା ପରେ ତାହା ଏକ ନକଲି ନୋଟ୍ ବୋଲି ଜଣା ପଡିଥିଲା  ।

   Related Posts