Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜମି ବିକ୍ରିରେ ସାକ୍ଷୀ ଯୁବତୀଙ୍କୁ ସ୍ତ୍ରୀ ବୋଲି ଦାବି କରୁଛନ୍ତି ଯୁବକ

19/10/2020 at 1:19 PM

କଟକ ୧୯।୧୦: ଦସ୍ତଖତ ନକଲ କରି ବାହାଘର । ଜମି ବିକ୍ରି କରିବା ବେଳେ ସାକ୍ଷୀ ପକାଇବାକୁ ଡାକି ଜଣେ ଯୁବତୀଙ୍କୁ ତାଙ୍କର ଜଣେ ପରିଚିତ ଯୁବକ ଚଞ୍ଚକତା କରି ବାହା ହୋଇଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି । ଯୁବକ ଜଣକ ଏବେ ଯୁବତୀଙ୍କୁ ପତ୍ନୀ ବୋଲି ଦାବି କରିବା ସହ ତାଙ୍କୁ ଘରେ ରଖିବାକୁ ଜିଦ୍‌ ଧରିଛନ୍ତି । ହେଲେ ଚଞ୍ଚକତା କରି ତାଙ୍କୁ ଏଭଳି ଧୋକା ଦିଆଯାଇଥିବା ନେଇ ଯୁବତୀଜଣଙ୍କ ବିଡ଼ାନାସୀ ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏବେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ, ବିଡ଼ାନାସୀ ଅଞ୍ଚଳରେ ସୁମିତ୍ରା ସାହୁ(ଛଦ୍ମନାମ) ଜଣେ ଯୁବତୀ ରହୁଛନ୍ତି । ସୁମିତ୍ରାଙ୍କ କହିବାନୁସାରେ, ୬ ମାସ ତଳେ ତାଙ୍କର ଜଣେ ବାନ୍ଧବୀ ହଠାତ୍‌ ଫୋନ୍‌ କରିଥିଲେ । ତାଙ୍କ ଭାଇ ଏକ ଜମି ବିକ୍ରି କରୁଥିଲେ। ତେଣୁ ସବ୍‌ରେଜିଷ୍ଟ୍ରାରଙ୍କ ଅଫିସରେ ସାକ୍ଷୀ ଦେବାକୁ ସେ ଡାକିଥିଲେ। ସାଙ୍ଗଙ୍କ କହିବାନୁସାରେ ସୁମିତ୍ରା ସବ୍‌ରେଜିଷ୍ଟ୍ରାର୍‌ ଅଫିସ ଯାଇଥିଲେ । ସେଠାରେ କିଛି କୋର୍ଟ କାଗଜପତ୍ର ଦେଖାଇ ସେଥିରେ ଦସ୍ତଖତ କରିବାକୁ କହିଲେ। ସାଙ୍ଗକୁ ବିଶ୍ୱାସ କରି ସେ ସେଥିରେ ଦସ୍ତଖତ କରିଥିଲେ ।

ସାକ୍ଷୀ ପରିଚୟ ଭାବେ ନିଜର ଆଧାର କାର୍ଡ ମଧ୍ୟ ଦେଇଥିଲେ । ଏସବୁ ଘଟଣାର ଦୀର୍ଘଦିନ ପରେ ଅଚାନକ ଦିନେ ସେହି ସାଙ୍ଗର ଭାଇ ତାଙ୍କ ଘରେ ହାଜର ହୋଇଗଲେ। ସୁମିତ୍ରାଙ୍କୁ ବିବାହ କରିଥିବା ସାର୍ଟିଫିକେଟ୍‌ ଦେଖାଇବା ସହ ନିଜ ସହ ଘରକୁ ନେବାକୁ ଜିଦ୍‌ କଲେ । ମ୍ୟାରେଜ ସାର୍ଟିଫିକେଟ୍‌ ଦେଖି ସେ ବିସ୍ମିତ ହୋଇଗଲେ । ସେ ଅନୁମାନ କଲେ ଯେ, ଜମି ବିକ୍ରି ଆଳରେ ଉଭୟ ସାଙ୍ଗ ଓ ତାଙ୍କ ଭାଇ ଫସାଇ ଦେଇଛନ୍ତି । କୋର୍ଟ କାଗଜରେ ମିଛରେ ବିବାହ କରିଥିବା ଦସ୍ତଖତ ନେଇଯାଇଛନ୍ତି ।

ଏଭଳି ଜାଣିବା ପରେ ସୁମିତ୍ରା ସଂପୃକ୍ତ ଯୁବକଙ୍କ ସହିତ ଯିବାକୁ ମନା କରିଦେଇଥିଲେ । ତେବେ ଏହା ପରେ ସଂପୃକ୍ତ ଯୁବକଜଣକ ସୁମିତ୍ରାଙ୍କ ଫୋନ୍‌କୁ ମେସେଜ ସେବା ସହ ଧମକଚମକ ଦେବା ଆରମ୍ଭ କରିଦେଲା । ଦିନକୁ ଦିନ କଥା ବିଗୁଡ଼ୁଥିବା ଓ ନିଜ ସମ୍ମାନ ପ୍ରତି ବିପଦ ଥିବା ଆଶଙ୍କା କରି ସୁମିତ୍ରା ଗତକାଲି ବିଡ଼ାନାସୀ ଥାନାରେ ଏତଲା ଦାୟର କରିଛନ୍ତି । ଏହି ଅଭିଯୋଗ ପାଇବା ପରେ ପୁଲିସ ମଧ୍ୟ ଏକ ପ୍ରକାର ଅଡ଼ୁଆରେ ପଡ଼ିଯାଇଛି । ଜମି ବିକ୍ରି ଦସ୍ତଖତ ଆଳରେ କିଭଳି ମ୍ୟାଜେର ସାର୍ଟିଫିକେଟ୍‌ ପ୍ରସ୍ତୁତ ହେବ ସେ ନେଇ ପୁଲିସ ଆଶ୍ଚର୍ଯ୍ୟ ହେଉଛି । ତେବେ ଏନେଇ ପୁଲିସ ତୁରନ୍ତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ତେବେ ଜଣେ ଯୁବତୀଙ୍କୁ ଜମି ବିକା ବେଳେ ସାକ୍ଷୀ ପକାଇବାକୁ କହି ଜଣେ ଯୁବକ ଏଭଳି ବାହା ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts