Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

‘କ୍ବାକ୍‌’ଙ୍କ ପରାମର୍ଶରେ ଔଷଧ ଖାଇଲେ କରୋନା ସଂକ୍ରମିତ, ଗୋଟିଏ ପରିବାରର ୮ ମୃତ, ୫ ଅସୁସ୍ଥ

6/05/2021 at 4:54 PM

ବିଳାସପୁର ୬/୫: କରୋନାକୁ ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ସତର୍କ କରାଯାଉଛି। ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ, ଦରକାର ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ସରକାର କହୁଛନ୍ତି। ଥରେ ଚିନ୍ତା କଲେ ଯେଉଁ ଡାକ୍ତରଙ୍କୁ ଆମେ ପରାମର୍ଶ ମାଗୁଛନ୍ତି ସେ ଯଦି ନକଲି ହୋଇଥିବେ, ତେବେ ଅବସ୍ଥା କଣ ହେବ ? ସେମିତି ଏକ ଘଟଣା ଛତିଶଗଡ଼ର ବିଳାସପୁରରେ ଘଟିଛି । ଗୋଟିଏ ପରିବାରର ୮ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୫ ଅସୁସ୍ଥ ହୋଇପଡ଼ିଛନ୍ତି।

କରୋନା ଲକ୍ଷଣ ​ ଦେଖାଯିବା ପରେ ପରିବାର ଲୋକେ କୌଣସି ଏକ ନକଲି ଡାକ୍ତର (କ୍ବାକ୍‌)ଙ୍କୁ ଔଷଧ ପାଇଁ କରାମର୍ଶ ମାଗିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାରର ସମସ୍ତ ସଦସ୍ୟ ହୋମିଓପାଥି ମେଡିସିନ୍‌ ସେବନ କରିଥିଲେ। ମାମଲାରେ ପୋଲିସ ଯାଞ୍ଚ କରୁଥିବା ବେଳେ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେଇ ତଦନ୍ତ କରୁଥିବା ଜଣାପଡ଼ିଛି। ଘଟଣାଟି ବିଳାସପୁରର ସିରଗିଟ୍ଟି ଥାନା ଅଞ୍ଚଳରେ ଘଟିଛ। କୋରମୀ ଗାଁର ଏହି ପରିବାର ଆଲକହୋଲ୍‌ ଯୁକ୍ତ ହୋମିଓପାଥି ମେଡିସିନ୍‌ ଖାଇଥିଲେ। ସେମାନେ ହୋମିଓପାଥି ଔଷଧ ଡ୍ରୋସେରା ୩୦ ସେବନ କରିଥିଲେ।

ମେଡିସନ୍‌ ଖାଇବା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା ।ଏହା ପରେ ଜଣଙ୍କ ପରେ ଜଣେ ୮ ଜଣଙ୍କ ଜୀବନ ଯାଇଥିଲା। ମୃତକଙ୍କ ମଧ୍ୟରେ ୪ ଜଣଙ୍କ ଅନ୍ତିମ ସଂସ୍କାର ରାତିରେ କରିଦିଆଯାଇଥିଲା। ତେଣୁ ମାମଲାକୁ ନେଇ ସନ୍ଦେହ ବଢ଼ିଥିଲା। ଏବେ ଆହୁରି ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଳାସପୁର ସିଏମଓଙ୍କ ଅନୁସାରେ ହୋମିଓପାଥି ମେଡିସନ୍‌ ଔଷଧ ଖାଇବା ପରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ଖାଇଥିବା ମେଡିସନ୍‌ ଡ୍ରୋସେରା ୩୦ରେ ୯୧ ପ୍ରତିଶତ ଆଲକହୋଲ୍‌ ରହିଛି। ତେବେ ଅଭିଯୁକ୍ତ ନକଲି ଡାକ୍ତର ଫେରାର ହୋଇଯାଇଥିବା ଜଣାପଡ଼ିଛି।  

   Related Posts