Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଫେସବୁକରୁ ଫେକ୍ ପ୍ରେମ ତା’ପରେ ଚିଟିଂ : ପଇସା ନଦେଲେ ଜେଲ୍ ପଠାଇ ଦେବାକୁ ଇଞ୍ଜିନିୟରଙ୍କୁ ଯୁବତୀଙ୍କ ଧମକ, ସେପଟେ ବିବାହିତା ମହିଳାଙ୍କୁ ବ୍ଲାକମେଲିଂ

30/10/2020 at 7:10 PM

ଭୁବନେଶ୍ୱର, ୩୦।୧୦:  ପ୍ରଥମେ ଫେସବୁକ୍‌ରେ ଚାଟିଂ, ପୁଣି ଫେସ୍‌ ଟୁ ଫେସ୍‌ ମଜାମସ୍ତି । ତା’ପରେ ଆରମ୍ଭ ହୋଇଯାଉଛି ବ୍ଲାକ୍‌ମେଲ୍‌ର ଖେଳ । ପ୍ରେମ ଜାଲରେ ଲୋକଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ବ୍ଲାକମେଲ୍‌ କରୁଛନ୍ତି ଯୁବତୀ । ୫୦ଲକ୍ଷ ଟଙ୍କା ନଦେଲେ ଥାନାରେ ଅଭିଯୋଗ କରିବା ସହ ଜେଲ୍‌ ପଠାଇବାକୁ ଦେଉଛନ୍ତି ଧମକ । କରୋନା  ଲକ୍‌ଡାଉନ୍‌ ବେଳେ ରାଜଧାନୀରେ ଘଟିଥିବା ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ଫେସ୍‌ବୁକ୍‌ରୁ ବନ୍ଧୁତା ପୁଣି ୩ମାସର ସମ୍ପର୍କ ପରେ ଜଣେ ଯୁବତୀଙ୍କ ବ୍ଲାକମେଲ୍‌ର ଶିକାର ହୋଇଛନ୍ତି ଜଣେ ଯୁବ ଇଂଜିନିୟର । ଅବସ୍ଥା ଅସମ୍ଭାଳ ଦେଖି ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ନକରିବାକୁ ଶେଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଇଂଜିନିୟର ଜଣକ  । ଆଉ ଏହି ଘଟଣାରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସେପଟେ ଭଦ୍ରକରେ ମଧ୍ୟ ପାଖାପାଖି ସମାନ ଘଟଣା ସାମ୍ନାକୁ ଆସିଛି । ଫେସବୁକ୍‌ରେ ଜଣେ ବିବାହିତାଙ୍କୁ ପ୍ରେମ ନିବେଦନ କରିବା ମହଙ୍ଗା ପଡ଼ିଛି । ଫେସବୁକ୍‌ରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ସହ ବିଭିନ୍ନ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ବାଲେଶ୍ବର ଖଇରାର ଜଣେ ଯୁବକଙ୍କୁ କୌଶଳକ୍ରମେ ଭଦ୍ରକ ବନ୍ତଛକକୁ ଡକାଇ କେମିତି ଉତ୍ତମ ମଧ୍ୟମ ଦେଇଛନ୍ତି ସଂପୃକ୍ତ ମହିଳା ଓ ତାଙ୍କ ସମ୍ପର୍କୀୟ । ଭଦ୍ରକ ଟାଉନଥାନା ପୋଲିସ ମାଡ଼ ଖାଇଥିବା ଯୁବକଙ୍କ ସହ ମହିଳାଙ୍କ ଦୁଇ ସମ୍ପର୍କୀୟଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ।

କିଛି ଲୋକ ନିଜର କୁତ୍ସିତ ଭାବନାକୁ ଚରିତାର୍ଥ କରିବାକୁ ଯାଇ ସୋସିଆଲ୍‌ ମିଡିଆ ମାଧ୍ୟମରେ ଚଳାଇଥିବା କାରନାମା, ବେଳେ ବେଳେ ସେମାନଙ୍କ ପାଇଁ ବୁମେରାଂ ହେଉଛି । ଉଭୟ ଭୁବନେଶ୍ବର ଓ ଭଦ୍ରକର ଦୁଇଟି ଯାକ ଘଟଣା ଦେଖିଲେ ଏହା ହିଁ ସ୍ପଷ୍ଟ ହେଉଛି ।

   Related Posts