Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ନକଲି IPS ଅଧିକାରିଣୀଙ୍କ କଳାକାରନାମା: ହୋଟେଲ ରୁମ୍‌ରୁ ପୁଣି ଗିରଫ କଲା ପୋଲିସ୍‌

18/08/2020 at 7:30 PM

ରାଉରକେଲା୧୮/୮:  ନକଲି ଆଇପିଏସ୍ ଅଧିକାରୀ ଶର୍ମିଷ୍ଠା ବେହେରାଙ୍କୁ ଅଟକ ରଖିଛି ଉଦିତ ନଗର ପୋଲିସ୍। ବାସନ୍ତୀ କଲୋନୀର ଏକ ବାଇକ ସୋ ରୁମରେ ନକଲି IPS ଅଧିକାରୀର ପରିଚୟ ପତ୍ର ଦେଇ ବାଇକ ନେଇଥିଲା । ଅଭିଯୋଗ ପରେ ରାଉରକେଲାର ଏକ ହୋଟେଲରୁ ତାକୁ ଗିରଫ କରିଛି ପୋଲିସ । ନକଲି IPS ନାଁ ଶର୍ମିଷ୍ଠା ବେହେରା । ଭୁବନେଶ୍ୱରରେ ଶର୍ମିଷ୍ଠା ବେହେରାଙ୍କ ଘର । ପୂର୍ବରୁ ଭୁବନେଶ୍ୱରରେ ନକଲି   IPS ପରିଚୟପତ୍ର ଦେଖାଇ ଗିରଫ ହୋଇଥିଲେ।

ପୂର୍ବରୁ ମଧ୍ୟ ନିଜକୁ ଆଇପିଏସ ପରିଚୟ ଦେଇ ପୋଲିସ ରିଜର୍ଭକୁ ଫୋନ କରି କନେଷ୍ଟବଳ ସ୍ବାମୀଙ୍କ ଡ୍ୟୁଟି ଚେଞ୍ଜ କରିବାକୁ ଚାପ ପକାଉଥିଲେ । କ୍ୟାପିଟାଲ ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚାରଉଚରା କରିଥିଲା। ସେ ପୋଲିସର ଖାକି ପୋଷାକ ସହ ଆଇପିଏସ ଲୋଗୋ ଲଗାଇଥିଲା। ସିଆରପିସିର ଧାରା ୪୧ରେ ତାକୁ ନୋଟିସ କରି ଅଭିଯୁକ୍ତ ଶର୍ମିଷ୍ଠାକୁ ଛାଡ଼ି ଦିଆଯାଇଥିଲା । ତା ନିକଟରୁ ନକଲି ବର୍ଦ୍ଦି, ବନ୍ଧୁକ ଜବତ କରିଥିଲା ପୋଲିସ ।

   Related Posts