ବନ୍ଧା ହେଲେ ସାମ୍ବାଦିକ ୪୨୦, ନ୍ୟୁଜ ଆଳରେ ଲୋକଙ୍କ ଠାରୁ ଆଦାୟ କରୁଥିଲେ ଟଙ୍କା
25/01/2021 at 2:05 PM

ଭୁବନେଶ୍ବର ୨୫।୦୨: ପୋଲିସ୍ କବ୍ଜାରେ ନକଲି ସାମ୍ବାଦିକ । ନ୍ୟୁଜ ଆଳ ଦେଖାଇ ଲୋକଙ୍କୁ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି । ପୁରୀରୁ ନକଲି ସାମ୍ବାଦିକ ସୌମ୍ୟ ରଞ୍ଜନ ସାମନ୍ତାରୟଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।
ଖବର ଅନୁଯାୟୀ, ଦୁର୍ନୀତି ଲାଇଭ୍ ନାମକ ଏକ ଓ୍ୱେବ ଚ୍ୟାନେଲ୍ ଖୋଲିଥିଲେ ସୌମ୍ୟ । ଯାହାର ଅଫିସ ବିଭିନ୍ନ ସ୍ଥାନରେ ଖୋଲିଥିଲେ ଏହି ନକଲି ସାମ୍ବାଦିକ ଜଣଙ୍କ। ସାଧାରଣ ଲୋକ, ନେତା , ବ୍ୟବସାୟୀ ଓ ସାମ୍ବାଦିକମାନଙ୍କୁ ନ୍ୟୁଜ ଆଳ ଦେଖାଇ ଟଙ୍କା ମାଗୁଥିଲେ ସୌମ୍ୟରଞ୍ଜନ। ଖଣ୍ଡିଗିରି ଥାନରେ ଏନେଇ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ ହେବାର ୪୮ଘଣ୍ଟା ମଧ୍ୟରେ ଆକ୍ସନମୋଡ଼କୁ ଆସିଛି ପୋଲିସ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ପୁରୀରୁ ନକଲି ସାମ୍ବାଦିକ ସୌମ୍ୟରଞ୍ଜନ ସାମନ୍ତରାୟଙ୍କୁ ଗିରଫ କରିଛି। କେବଳ ଲୋକଙ୍କୁ ଧମକାଇ ଟଙ୍କା ମାଗୁନଥିଲେ ସୌମ୍ୟ , ବରଂ ମହିଳାଙ୍କ ମହିଳାଙ୍କ ଅଶ୍ଲୀଳ ଭିଡିଓ କରି ବ୍ଲାକମେଲ କରୁଥିବାର ମଧ୍ୟ ଅଭିଯୋଗ ଆସିଛି।