ନକଲି ସାମ୍ବାଦିକ ଗିରଫ: ଥାନାରେ ଦେଲେ ଆତ୍ମହତ୍ୟାର ଧମକ, ସେପଟେ ଅଭିନେତ୍ରୀଙ୍କୁ ଆସୁଛି ଧମକପୂର୍ଣ୍ଣ କଲ୍

Published By : Prameya-News7 Bureau | June 28, 2020 IST

ଭୁବନେଶ୍ବର୨୮/୬: ସୋସିଆଲ ମିଡିଆରେ ପୁପୁଲ ଭୂୟାଁଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଘଟଣାରେ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ଚନ୍ଦଶେଖରପୁର ପୋଲିସ୍। ନକଲି ସାମ୍ବାଦିକ  ସୁବ୍ରତ ମହନିଙ୍କୁ ଗିରଫ କରି ତାଙ୍କ ନାଁରେ ଆଇପିସି ୨୯୨, ୫୦୦, ୫୦୬ ଏବଂ ୬୭ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ୍। ସେପଟେ ଗିରଫ ହୋଇଥିବା ନକଲି ସାମ୍ବାଦିକ ଥାନାରେ ଆତ୍ମହତ୍ୟାର ଧମକ ଦେଇଛନ୍ତି। ଏହି ଘଟଣାରେ ସୁବ୍ରତଙ୍କ ପରିବାର ଲୋକଙ୍କୁ ଡାକି ଥାନାରେ ପୋଲିସ୍‌ ବୁଝାଇଥିଲେ।

ଅଭିନେତ୍ରୀର ପୁପୁଲ ଗତ ୨ ଦିନ ତଳେ ଏହି ଘଟଣାରେ ଥାନାରେ ଏତଲା ଦେଇଥିଲେ। ଚନ୍ଦ୍ରଶେଖର ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଏହାପରେ ସୁବ୍ରତଙ୍କ ପରିବାର ଲୋକେ ଥାନାରେ ପହଁଞ୍ଚି ଆପୋଷ ବୁଝାମଣା କରିବାକୁ ପୁପୁଲଙ୍କୁ ଅନୁରୋଧ କରିଥିଲେ। ଅଭିନେତ୍ରୀ ପୁପୁଲ ମଧ୍ୟ ରାଜି ହୋଇଥିଲେ। ପୁଣି ଏପଟରେ ଥାନାରେ ପୋଲିସ୍‌ଙ୍କ ସହ ଚୁକ୍ତି କରିବା ସହ ଆତ୍ମହତ୍ୟାର ଧମକ ଦେଇଥିଲେ ନକଲି ସାମ୍ବାଦିକ ସୁବ୍ରତ। ଏହା ପରେ ପୋଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା

ଅନ୍ୟପଟେ ଅଭିନେତ୍ରୀ ପୁପୁଲଙ୍କୁ ଫୋନ୍‌ରେ ଧମକପୂର୍ଣ୍ଣ କଲ  ଆସୁଥିବା କହିଛନ୍ତି। ଫେସ୍‌ବୁକରେ ନିଜକୁ ସାମ୍ବାଦିକ କହି ପୁପୁଲଙ୍କୁ ନମ୍ବର ମାଗିଥିଲେ। ସେ ନମ୍ବର ଦେବା ପରେ ତାଙ୍କୁ ଅଶ୍ଳୀଳ ମେସେଜ୍ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ସୁବ୍ରତଙ୍କ ନମ୍ବର ବ୍ଲକ କରି ଦେଇଥିଲେ ପୁପୁଲ। ତା ପରେ ବିଭିନ୍ନ ମାଧ୍ୟମରେ ପୁପୁଲଙ୍କୁ ଅଶ୍ଳୀଳ ମେସେଜ୍ ପଠାଯିବାରୁ ସେ ବାଧ୍ୟ ହୋଇ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.